Sun. Oct 11th, 2026

ଘର ଭିତରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଜବତ, ହତ୍ୟା ସନ୍ଦେହ

344 Views

ବାସୁଦେବପୁର, ଡିସେମ୍ବର ୩୧ : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଅରନ୍ଦୁଆ ଗୋଛିପୁର ଗାଁରେ ଗତକାଲି ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ପତ୍ନୀ ଓ ପିଲାମାନେ ରାଜ୍ୟ ବାହାରକୁ ବୁଲିବାକୁ ଯାଇଥିବା ବେଳେ ଘର ଭିତରେ ଏକୁଟିଆ ଥିବା ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଆଜି ସକାଳୁ ଉଦ୍ଧାର କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲିି ପୁଲିସ ଓ ଗ୍ରାମବାସୀ ସନ୍ଦେହ କରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଅରନ୍ଦୁଆ ଗୋଛିପୁର ଗାଁର ଗଣେଶ ଶତପଥୀ(୪୮)ଙ୍କ ପତ୍ନୀ ଓ ପିଲାମାନେ ସତ୍ୟସାଇ ବାବାଙ୍କ ଆଶ୍ରମକୁ ବୁଲିବାକୁ ଯାଇଥିବା ବେଳେ ଘରେ ଏକୁଟିଆ ଶ୍ରୀ ଶତପଥୀ ଥିଲେ। ଆଜି ସକାଳୁ ତାଙ୍କ ଘର କବାଟ ଖୋଲି ନ ଥିଲା। ତେଣୁ ସନ୍ଦେହରେ ଗ୍ରାମବାସୀ କବାଟ ଖୋଲି ଦେଖିଲା ବେଳକୁ ଶ୍ରୀ ଶତପଥୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ଥିିବା ଦେଖିବାକୁ ମିଳିଥିଲା। ତାଙ୍କ କାନ କଟାଯାଇଥିିବା ବେଳେ ଗୋଟିଏ ଆଖି ତଡ଼ାଯାଇଥିବା ଦେଖିବାକୁ ମିଳିଛି। ଏ ନେଇ ଗ୍ରାମବାସୀମାନେ ପୁଲିସକୁ ସୂଚନା ଦେଇଛନ୍ତି। ତେବେ ପାରିବାରିକ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ଗାଁରେ ଚର୍ଚ୍ଚା ହେଉଛି।

By amfnews

Related Post