Thu. Jun 4th, 2026

ଗାଜିପୁର କନେଷ୍ଟବଳ ହତ୍ୟା ମାମଲା: ୧୯ ଗିରଫ

239 Views

ଲକ୍ଷ୍ନୌ, ଡିସେମ୍ବର ୩୧ : ଉତ୍ତରପ୍ରଦେଶର ଗାଜିପୁରରେ ଗତକାଲି ଜଣେ କନେଷ୍ଟବଳଙ୍କୁ ବିକ୍ଷୋଭକାରୀମାନେ ପଥର ମାରି ହତ୍ୟା କରିବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଏହି ମାମଲାରେ ପୁଲିସ ୧୯ ଜଣଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ଗିରଫ କରିଛି ଏବଂ ୧୧ ଜଣଙ୍କ ବିରୋଧରେ ହତ୍ୟା ମକଦ୍ଦମା ରୁଜୁ ହୋଇଛି। କନେଷ୍ଟବଳ ସୁରେଶ ବତ୍ସ ଯେଭଳି ଭାବେ ଭିଡ଼ ହିଂସାରେ ନିହତ ହେଲେ ତାହା ରାଜ୍ୟ ପୁଲିସର ଦୁର୍ବଳତାକୁ ପଦାରେ ପକାଇ ଦେଇଛି ଏବଂ ପୁଲିସ ନିଜ ସୁରକ୍ଷାରେ ବିଫଳ ହୋଇଛି ବୋଲି ବିଭିନ୍ନ ମହଲ ମତ ଦେଇଛନ୍ତି। ଏହି ମାମଲାରେ ୭୦ ଜଣଙ୍କ ବିରୋଧରେ ଏତଲା ହୋଇଛି।

By amfnews

Related Post