Sat. Apr 25th, 2026

ଗ୍ରାହକଙ୍କୁ ଜବରଦସ୍ତ ଝଟକା ଦେଲା ଜିଓ, ମାଗଣା କଲ ବନ୍ଦ

268 Views

ନୂଆଦିଲ୍ଲୀ  : ମାଗଣା କଲର ଲୋଭ ଦେଖାଇ ଗ୍ରାହକ ବୃଦ୍ଧି କରିଥିବା ଜିଓ ନେଟୱର୍କ ଆଜି ଲୋକଙ୍କୁ ଜବରଦସ୍ତ ଝଟ୍‌କା ଦେଇଛି। ଏଣିକି ଜିଓ ନେଟୱର୍କରୁ ଅନ୍ୟ ନେଟୱର୍କକୁ ଫୋନ କଲେ ଲୋକଙ୍କୁ ଟଙ୍କା ଗଣିବାକୁ ପଡ଼ିବ। ଏ ବାବଦରେ ମିନିଟ୍‌କୁ ୬ ପଏସା ଲେଖାଏ କଟିବ। ତେବେ ଜିଓରୁ ଜିଓକୁ କଲ ପୂର୍ବଭଳି ମାଗଣା ରହିବ।

ଟ୍ରାଇ ପକ୍ଷରୁ ହୋଇଥିବା ନୂଆ ନିୟମ ଅନୁଯାୟୀ ଜିଓ ନେଟୱର୍କକୁ ପ୍ରାୟ ୧୩,୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ଛି। ଇଣ୍ଟରକନେଟ୍‌ ୟୁସୁଜେ ଚାର୍ଜ(ଆଇୟୁସି)କୁ ମାଗଣା କଲ ସେବା ପାଇଁ କୋଟି କୋଟି ଟଙ୍କା ଜିଓ ପକ୍ଷରୁ ଦିଆଯାଉଛି। ଦିନକୁ ଦିନ ଋଣ ଭାର ବଢ଼ୁଥିବାରୁ ଜିଓର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହି ସୂଚନା ଦେଇଛନ୍ତି। ଆସନ୍ତକାଲି ଠାରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି ଜଣାପଡ଼ିଛି।

ତେବେ ଜିଓ ପକ୍ଷରୁ କିଛି ନୂଆ ଅଫର ଘୋଷଣା କରାଯାଇଛି, ୧୦ ଟଙ୍କାରେ ଅନ୍ୟ ନେଟୱର୍କକୁ ୧୨୪ ମିନିଟ୍‌ ପର୍ଯ୍ୟନ୍ତ କଲ ଓ ଗୋଟିଏ ଜିବି ଡାଟା ମିଳିବ। ସେହିପରି ୨୦ ଟଙ୍କାରେ ୨୪୯ ମିନିଟ୍ ପର୍ଯ୍ୟନ୍ତ କଲ ଓ ୨ ଜିବି ଡାଟା ମିଳିବ। ୫୦ ଟଙ୍କିଆ ରିଚାର୍ଜରେ ୬୫୬ ମିନିଟ୍‌ ପର୍ଯ୍ୟନ୍ତ କଲ ଓ ୫ ଜିବି ଡାଟା ଓ ୧୦୦ ଟଙ୍କିଆ ରିଚାର୍ଜରେ ୧୩୬୨ ମିନିଟ୍ ପର୍ଯ୍ୟନ୍ତ ଅଲଗା ନେଟୱର୍କକୁ କଲ ଓ ୧୦ ଜିବି ଡାଟା ମିଳିବ।

By amfnews

Related Post