Sat. May 16th, 2026

ବିଳମ୍ୱରେ ଆମ୍ୱୁଲାନ୍ସ ପହଞ୍ଚିବାରୁ ଚାଲିଗଲା ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଜୀବନ !

155 Views

ଅହମଦାବାଦ : ଅନେକ ସମୟରେ ଆପଣମାନେ ଆମ୍ବୁଲାନ୍ସକୁ ନେଇ ଗୋଟିଏ ଅଭିଯୋଗ ଶୁଣିଥିବେ। ତାହା ହେଉଛି- ଆମ୍ୱୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ରୋଗୀର ଜୀବନ ଚାଲିଗଲା। ଏବେ ଏମିତି କିଛି ଘଟିଛି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଭାଇଙ୍କ କ୍ଷେତ୍ରରେ। ଆମ୍ବୁଲାନ୍ସ ଠିକ୍ ସମୟରେ ନଆସିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଆଉ ଗୁଜରାଟ ସରକାର ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଅକ୍ଟୋବର ୪ ତାରିଖରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ମାଉସୀ ପୁଅ ଅନୀଲଭାଇ ସଂଘଭୀଙ୍କର ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଉପୁଜିଥିଲା। ଏହାପରେ ହସ୍ପିଟାଲ ନେବା ପାଇଁ ପରିବାର ଲୋକେ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ ହେବାରୁ ଅନୀଲଭାଇଙ୍କର ମୃତ୍ୟୁ ଘଟିଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ମୃତକଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ରାଜକୋଟ ଜିଲ୍ଲାପାଳ ରେମ୍ୟା ମୋହନ ସୂଚନା ଦେଇଛନ୍ତି।

ଜିଲ୍ଲାପାଳଙ୍କ ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଫୋନ୍ ଆସିବାର ୩୯ ମିନିଟ୍ ପରେ ଅନୀଲଭାଇଙ୍କ ଘର ସୌରାଷ୍ଟ୍ର କଳା କେନ୍ଦ୍ର ସୋସାଇଟିରେ ପହଞ୍ଚିଥିଲା ଆମ୍ୱୁଲାନ୍ସ। ହେଲେ ସମାନ ନାମରେ ଆଉ ଏକ ସ୍ଥାନ ଥିବାରୁ ଆମ୍ୱୁଲାନ୍ସଟି ଭୁଲ୍‌ରେ ପ୍ରଥମେ ସେଠାକୁ ଚାଲିଯାଇଥିଲା।

By amfnews

Related Post