Mon. Oct 5th, 2026

ଗୋଟିଏ ପରିବାରରେ ୩ ବାମନ, ଚଳତ୍‌ ଶକ୍ତିହୀନ ଯୋଗୁଁ ଅକଳରେ ବୃଦ୍ଧ ପିତାମାତା

264 Views

ଚମ୍ପୁଆ : ଜନ୍ମରୁ ଦିବ୍ୟାଙ୍ଗ। ଜଣକର ବୟସ ୩୦ ଏବଂ ଆଉ ଜଣକୁ ୨୦ ଛୁଇଁଲାଣି। ହେଲେ ଏମାନଙ୍କ ଉଚ୍ଚତା ମାତ୍ର ଅଢେଇରୁ ତିନି ଫୁଟ। ଜଣେ ଦୁଇଜଣ ନୁହେଁ ଗୋଟିଏ ପରିବାରର ତିନି ଭାଇ ଭଉଣୀ ବାମନ ଏବଂ ଚଳତ୍‌ଶକ୍ତି ହୀନ। କାମଧନ୍ଦା କରି ପରିବାରକୁ ସହଯୋଗର ହାତ ବଢେଇବା ବୟସରେ ପହଞ୍ଚିଥିଲେ ମଧ୍ୟ ସମସ୍ତେ ପରିବାର ପାଇଁ ବୋଝ ପାଲଟିଯାଇଛନ୍ତି।

ଏଭଳି ଏକ ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ସାନନଇ ଗ୍ରାମରେ। ଗ୍ରାମର ନରୋତ୍ତମ ପ୍ରଧାନ ତିନିଜଣ ଦିବ୍ୟାଙ୍ଗ ପୁଅଝିଅଙ୍କୁ ନେଇ ଦୁଃଖକଷ୍ଟରେ ଦିନ କାଟୁଛନ୍ତି। ଏହି ପରିବାର ପାଇଁ ଜୀବନ ସତେ ଯେମିତି ଯନ୍ତ୍ରଣା ପାଲଟିଯାଇଛି। ବୟସର ଅପରାହ୍ନରେ ପୁଅଝିଅଙ୍କ ଠାରୁ ସେବା ପାଇବା ପରିବର୍ତ୍ତେ ବାପାମାଆ ଓ ଜେଜେମା ସେମାନଙ୍କ ସେବା କରୁଛନ୍ତି।

ନରୋତ୍ତମ ଓ ସୁରୁବାଲିଙ୍କ ୪ ସନ୍ତାନ ହେଲେ ଅମିତ (୩୦), ଅମ୍ବିକା (୨୦), ଆଶିଷ ଏବଂ ବିଜୟ (୧୩)। କେବଳ ଆଶିଷଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଦିବ୍ୟାଙ୍ଗ। ଅମିତ, ଅମ୍ବିକା ଓ ବିଜୟଙ୍କ ହାତ ଏବଂ ଗୋଡ଼ରେ ସମସ୍ୟା ରହିଛି। ଏମାନଙ୍କ ଉଚ୍ଚତା ବି ବୟସ ତୁଳନାରେ ବହୁତ କମ୍‌। ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରୁନାହାନ୍ତି। ତିନି ପିଲାଙ୍କ ଦୈନନ୍ଦିନ କାର୍ଯ୍ୟ ଠାରୁ ଆରମ୍ଭ କରି ଖାଇବା ଓ ପୋଷାକ ପିନ୍ଧାଇବା କାମ କରୁଛନ୍ତି ବାପା ନରୋତ୍ତମ, ମାଆ ସୁରୁବାଲି ଓ ଜେଜେମା ମୁଣ୍ଡାରୀ।

By amfnews

Related Post