Thu. Sep 24th, 2026

ଗୋବରୀରେ ଡଙ୍ଗା ବୁଡ଼ିଲା, ଅଳ୍ପକେ ବର୍ତ୍ତିଲେ ୧୭ ଯାତ୍ରୀ

306 Views

କେନ୍ଦ୍ରାପଡ଼ା/ମହାକାଳପଡ଼ା : ଜାନୁଆରି ୨ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ନିପାଣିଆ ଡଙ୍ଗାବୁଡ଼ି ଘଟଣାରେ ୧୦ ଜଣଙ୍କ ପ୍ରାଣ ଯାଇଥିଲା। ଏହି ଘଟଣାକୁ ମା‌େସ ପୂରିଛି କି ନାହିଁ, ଆଜି ଗୋବରୀ ନଦୀର ବିଜୟନଗର ଘାଟ ପାଖରେ ଡଙ୍ଗା ବୁଡ଼ି ଯାଇଛି। ଏଥିରେ ଥିବା ୧୭ ଜଣ ଯାତ୍ରୀ ସୌଭାଗ୍ୟବଶତଃ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗୋବରୀ ନଦୀର ବିଜୟନଗର ଘାଟରୁ ଆଜି ଅପରାହ୍ଣ ପ୍ରାୟ ସାଢେ଼ ୪ଟାରେ ୧୭ଜଣ ଯାତ୍ରୀଙ୍କୁ ନେଇ ମହାକାଳପଡ଼ା ପଞ୍ଚାୟତର କେୟାରବାଙ୍କ ଘାଟ ଆଡ଼କୁ ଏହି ଡଙ୍ଗା ଯାତ୍ରା ଆରମ୍ଭ କରିଥିଲା। ୧୦ ଜଣଙ୍କ ସ୍ଥାନରେ ୧୭ ଜଣ ଯାତ୍ରୀ ପାର୍‌ ହେଉଥିଲେ। ଡଙ୍ଗାଟି ଘାଟଠାରୁ ପ୍ରାୟ ୨୦ ମିଟର ଯିବା ପରେ ଦୋହଲିବାକୁ ଲାଗିବାରୁ ଲୋକେ ଚିତ୍କାର କରିଥିଲେ। ପାଟି ଶୁଣି କୂଳରେ ଥିବା ଲୋକମାନେ ଅନ୍ୟ ଏକ ଡଙ୍ଗାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ଡଙ୍ଗାରେ ଥିବା ୬ଟି ବାଇକ୍‌  ଓ ୪ଟି ସାଇକଲ ପାଣିରେ ବୁଡ଼ି ଯାଇଥିଲା। ଖବର‌ ଲେଖା ହେବା ବେଳକୁ  ୪ଟି ବାଇକ୍‌ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

By amfnews

Related Post