Thu. Jul 23rd, 2026

ଗର୍ଭବତୀ ପ୍ରେମିକାକୁ ହତ୍ୟା

346 Views

ଦାରିଙ୍ଗବାଡ଼ି : ବିବାହରେ କଣ୍ଟା ସାଜିଥିଲା ପ୍ରେମିକା। ସେପଟେ ବାହାଘର ଆଉ ମାତ୍ର ମାସଟିଏ ବାକି ଥିଲା। ଏମତି ଦୋ’ଛକି‌ରେ ପଡ଼ି ପ୍ରେମିକ ନିଜ ରାସ୍ତାରୁ କଣ୍ଟା ହଟାଇବାକୁ ଯାଇ ପ୍ରେମିକାକୁ ହତ୍ୟା କରିଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଜିରୀୟନଗର ଗ୍ରାମରେ ଏହିଭଳି ଏକ ଘଟଣା ଘଟିଛି। ଗ୍ରାମର ପ୍ରଶାନ୍ତ ଭୂୟାଁ ପ୍ରେମିକା ସୁକି ଗମାଙ୍ଗଙ୍କୁ ଭଲ ପାଇ ଶାରୀରିକ ସମ୍ପର୍କ ରଖିଥିଲା। ଏହା ଭିତରେ ସୁକି ୫ମାସର ଗର୍ଭବତୀ ଥିଲା। ହେଲେ ପ୍ରଶାନ୍ତ ସୁକିଙ୍କୁ ବିବାହ କରିବା ପରିବର୍ତ୍ତେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ସ୍ଥିର କରିଥିଲା। ଗର୍ଭବତୀ ବିବାହରେ ପ୍ରତିବନ୍ଧକ ହେ‌େବ ବୋଲି ଆଶଙ୍କା କରି ସୁକିଙ୍କୁ ଗ୍ରାମ ପାଖ ଜଙ୍ଗଲକୁ ଡାକି ନେଇ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିବା ଗ୍ରାମବାସୀଙ୍କ ପକ୍ଷରୁ ଜଣାପଡ଼ିଛି।

ଏପଟେ ଗତ ୧ ତାରିଖ ଦିନ ପ୍ରେମିକା ସୁକି ଘରୁ ଯାଇ ଆଉ ଫେରି ନଥିଲେ। ଆଜି ପରିବାରର ସଦସ୍ୟ ଓ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ ଗ୍ରାମ ଶ୍ମଶ‌ାନ ନିକଟ ଜଙ୍ଗଲରେ ସୁକିଙ୍କ ମୃତ ଶରୀର ଏକ ଛୋଟ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଗ୍ରାମବାସୀ ସୁକିଙ୍କ ମୃତ୍ୟୁ ପଛରେ ପ୍ରଶାନ୍ତର ଭୂମିକାକୁ ସନ୍ଦେହ କରି ପୁଲିସ୍‌ର ଜିମା ଦେଇଥିଲେ। ସମସ୍ତ ଘଟଣାର ଅନୁଧ୍ୟାନ କରି ପୁଲିସ୍‌ ପ୍ରଶାନ୍ତକୁ ଗିରଫ କରିଥିବା ଜଣାପଡିଛି।

By amfnews

Related Post