Thu. Aug 13th, 2026

ଗୁହାଳରେ ନିଆଁ ଲାଗି ପାଞ୍ଚ ଗାଈ ଓ ଚାରି ଛେଳି ମୃତ

228 Views

ଯାଜପୁର: ମଙ୍ଗଳବାର ପାହାନ୍ତାରେ ଦଶରଥପୁର ବ୍ଲକ୍‌ ଅନ୍ତର୍ଗତ କୟୟାଁପୁର ଗ୍ରାମପଞ୍ଚାୟତ ଅଞ୍ଚଳର ଗୁଣ୍ଡୁଣିପଡ଼ା ଗ୍ରାମରେ ଗୋଟାଏ ଗୁହାଳଘରେ ନିଆଁ ଲାଗିଯିବାରୁ ପାଞ୍ଚଟି ଗାଈ ଓ ଚାରିଟି ଛେଳି ପୋଡ଼ି ମରିଯାଇଛନ୍ତି ଏବଂ ଅନ୍ୟ ଚାରିଟି ଗାଈ ସାଙ୍ଘାତିକ ଆହତ ହୋଇଛନ୍ତି। ଏହି ଘଟଣାରେ ତିନି ଜଣ ଲୋକ ମଧ୍ୟ ଆହତ ହୋଇ ମଙ୍ଗଳପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ରାତି ପ୍ରାୟ ୩ଟା ସମୟରେ ଗୁହାଳ ଘରେ ନିଆଁ ଲାଗିଯାଇଥିଲା। ସୂଚନା ପାଇ ମଙ୍ଗଳପୁରରୁ ଦମକଳ ଆସି ରାତି ୪ଟାରେ ସେଠାରେ ପହଞ୍ଚିଲା ବେଳକୁ ଗୁହାଳଟି ପୋଡ଼ି ଅଙ୍ଗାର ହୋଇଯାଇଥିଲା। ମାଶା ଦାଉରୁ ଗୋରୁମାନଙ୍କୁ ରକ୍ଷା କରିବାକୁ ରାତିରେ ଗୁହାଳରେ ଦିଆଯାଇଥିବା ଧୂଆଁ ଯୋଗୁଁ ନିଆଁ ଲାଗିଥାଇ ପାରେ ବୋଲି ଅନୁମାନ କରାଯାଉଛି।

By amfnews

Related Post