Thu. Jul 2nd, 2026

ଚୋରାଚାଲାଣ ରୋକିବାକୁ ଭାରତର ସୀମାନ୍ତର ପୁନର୍ବିନ୍ୟାସ କରିବ ଗୃହ ମନ୍ତ୍ରାଳୟ

204 Views

ନୂଆଦିଲ୍ଲୀ: ଚୋରାଚାଲାଣ ରୋକିବାକୁ ଭାରତୀୟ ସୀମାନ୍ତ ଅଞ୍ଚଳଗୁଡ଼ିକର ପୁନର୍ବିନ୍ୟାସ କରିବାକୁ ଏବଂ ପାକିସ୍ତାନ ଓ ବାଂଲାଦେଶର ସୀମାନ୍ତକୁ ସମ୍ପୂର୍ଣ୍ଣ ସିଲ୍‌ କରିବାକୁ ଗୃହମନ୍ତ୍ରାଳୟ ନିର୍ଦେଶ ଦେଇଛି। ଏଥିପାଇଁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଦେଶ ଦେଇଛନ୍ତି।

ସୀମାନ୍ତ ଅଞ୍ଚଳର ପୁନର୍ବିନ୍ୟାସ କରିବାକୁ ଦେଶର ସମସ୍ତ ପାରାମିଲିଟାରି ଫୋର୍ସକୁ ସରକାର ଆଦେଶ ଦେଇଛନ୍ତି। ସେମାନଙ୍କୁ ଆହୁରି କୁହାଯାଇଛି ଯେ ଭାରତ ମଧ୍ୟକୁ ଚୋରାଚାଲାଣ ହେବାକୁ କେଉଁ ସବୁ ପଥ ବ୍ୟବହାର କରାଯାଉଛି ତା’ର ସୂଚନା ଦିଅନ୍ତୁ। ଫଳରେ ସେହି ବାଟ ଦେଇ ଭାରତକୁ ହେଉଥିବା ଚୋରାଚାଲାଣ ବନ୍ଦ ପାଇଁ ପ୍ରାଚୀର ବ୍ୟବସ୍ଥା ସୁଦୃଢ଼ କରାଯିବ।

ପାରାମିଲିଟାରି ଫୋର୍ସ ପାଦରେ ଚାଲି ଚାଲି ହେଉ କି, ମଟରସାଇକେଲ୍‌ରେ ଚଢ଼ି ହେଉ ଏହି ପୁନର୍ବିନ୍ୟାସ କରିବେ। ଦରକାର ପଡ଼ିଲେ ସେମାନେ ସମ୍ପୃକ୍ତ ରାଜ୍ୟର ପୁଲିସ ସହାୟତା ମଧ୍ୟ ଗ୍ରହଣ କରିପାରିବେ।

ଏହି ବ୍ୟବସ୍ଥା ଫଳରେ ଚୋରା ଚାଲାଣ ରୋକାଯିବା ସହ ଆତଙ୍କବାଦୀମାନଙ୍କ ଅନୁପ୍ରବେଶ ମଧ୍ୟ ବାଧା ପାଇବ ବୋଲି ଗୃହ ବ୍ୟାପାର ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

By amfnews

Related Post