Wed. Oct 14th, 2026

‘ଗୁଲିବୟ’ପାଇଁ ରଣବୀର କପୁରଙ୍କୁ ବି ଅଫର୍‌ ମିଳିଥିଲା!

377 Views

ମୁମ୍ବାଇ, ଜାନୁଆରୀ ୧୧ : ବଲିଉଡର ଲୋକପ୍ରିୟ ନାୟକ ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ନୂଆ ସିନେମା ‘ଗୁଲିବୟ’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଏହି ଫିଲ୍ମର ନିର୍ଦ୍ଦେଶକ ହେଲେ ଜୋୟା ଅଖତର। ଏହି ଅବସରରେ ଜୋୟା ଅଖତର ଫିଲ୍ମ ସଂପର୍କରେ କେତେକ ରୋଚକ ତଥ୍ୟ ସାମ୍ନାକୁ ଆଣିଛନ୍ତି। ଜୋୟା କହିଛନ୍ତି ଯେ,ପ୍ରାୟ ଦୁଇ ବର୍ଷ ତଳେ ଫିଲ୍ମର କାଷ୍ଟ ଫାଇନାଲ୍‌ କରିବା ପୂର୍ବରୁ ସେ ରଣବୀର କପୁରଙ୍କ ସହିତ କଥା ହୋଇଥିଲେ।ସେତେବେଳକୁ ଫିଲ୍ମର ଲିଡ୍‌ ରୋଲ୍‌ ପାଇଁ ରଣବୀର ସିଂହଙ୍କୁ ନିଆଯାଇଥାଏ।


ଜୋୟା ଅଖତର ‘ଗୁଲିବୟ’ରେ ରଣବୀର କପୁରଙ୍କୁ ଆପ୍ରୋଚ୍‌ ମଧ୍ୟ କରିଥିଲେ। କିନ୍ତୁ ସପୋର୍ଟିଂ ରୋଲ୍‌ କରିବାକୁ ମନା କରିଥିଲେ ରଣବୀର କପୁର। ଫିଲ୍ମ ‘ଗୁଲିବୟ’ଷ୍ଟ୍ରିଟ୍‌ ରାପର୍‌ ଭିଭିୟନ୍‌ ଫର୍ଣ୍ଣାଣ୍ଡିସ୍‌ ଓ ଜାଭେଦ ଶେଖଙ୍କ ଜୀବନୀ ଉପରେ ଆଧାରିତ। ଭିଭିୟାନ୍‌ ଓ ଜାଭେଦ୍‌ ‘ମେରି ଗଲି ମେଁ…’ ପାଇଁ ପ୍ରସିଦ୍ଧ। ଗତ ବର୍ଷର ସୁପରହିଟ୍‌ ଫିଲ୍ମ ‘ସଂଜୁ’ ବି ରଣବୀର ସିଂହଙ୍କୁ ଅଫର୍‌ ହୋଇଥିଲା,ଯାହାର ଖୁଲାସା କରିଥିଲେ ରଣବୀର କପୁର‘ସଂଜୁ’ର ପ୍ରମୋସନ୍‌ ସମୟରେ।

By amfnews

Related Post