Fri. Jul 24th, 2026

ଜଲ୍‌ଦି ‘ଜିମ୍‌-ଟୋନ୍‌ଡ୍‌ ବଡି’ କରାଇବାକୁ ଘୋଡ଼ା ଔଷଧ ବ୍ୟବହାର କରୁଛନ୍ତି ଦିଲ୍ଲୀର ଯୁବକ

239 Views

ନୂଆଦିଲ୍ଲୀ, ଜାନୁଆରୀ ୧୧ : ହଲିଉଡ୍‌ ଚଳଚ୍ଚିତ୍ରର ନାୟକ ସିଲ୍‌ଭେଷ୍ଟର୍‌ ଷ୍ଟାଲୋନ୍‌ଙ୍କ ଶରୀର ପରି ଶରୀର କରାଇବାକୁ ଦିଲ୍ଲୀର ଅଧିକରୁ ଅଧିକ ଯୁବକ ‘ହର୍ସ ପାଓ୍ଵାର୍‌ ଡୋଜ୍‌’ ଗ୍ରହଣ କରି ସେମାନଙ୍କ ଜୀବନକୁ ବିପନ୍ନ କରାଉଛନ୍ତି। ‘ଆଡିନୋସାଇନ୍‌ ମୋନୋଫସ୍‌ଫେଟ୍‌’ (ଏଏମ୍‌ପି) ନାମକ ଏହି ଇଞ୍ଜେକ୍‌ସନ୍‌ ଦିଆଯାଇ ଘୋଡ଼ାମାନଙ୍କର ଦୌଡ଼ିବା କ୍ଷମତା ବଢ଼ାଯାଏ।

‘ଅଲ୍‌ ଇଣ୍ଡିଆ ବଡି ବିଲ୍‌ଡିଙ୍ଗ୍‌ ଆଣ୍ଡ୍‌ ଫିଟ୍‌ନେସ୍‌ ସ୍ପୋର୍ଟସ୍‌ ଫେଡେରେସନ୍‌’ର (ନର୍ଥ ଇଣ୍ଡିଆ) ଜେନେରାଲ୍‌ ସେକ୍ରେଟାରି ସୁନୀଲ ଟାଙ୍କ କହନ୍ତି: କଳାବଜାରରେ ଏହି ଔଷଧ ବ୍ୟାପକ ବିକ୍ରୟ ହେଉଛି। ମୁଁ ଜାଣେ ଜିମ୍‌ ଯାଉଥିବା ବହୁ ବ୍ୟକ୍ତି ଏହାକୁ ବ୍ୟବହାର କରୁଛନ୍ତି।ବଡିବିଲ୍‌ଡିଙ୍ଗ୍‌ ପ୍ରତିଯୋଗିତା ସମୟରେ ଏହାର ଚାହିଦା ବଢ଼ିଯାଏ। ଏହା ମାନବ ଶରୀର ପକ୍ଷେ ନିରାପଦ ନୁହେଁ।

ଏହି ଇଞ୍ଜେକସନ୍‌ ନେବା କ୍ରମେ ନିଶାରେ ପରିଣତ ହୋଇଯାଏ। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍‌ପିଟାଲ୍‌ର ମାନସିକ ରୋଗ ବିଭାଗର ଉପସଭାପତି ଡାକ୍ତର ରାଜୀବ ମେହେଟା କହନ୍ତି: ‘ଏଏମ୍‌ପି’ ଖୋର୍‌ ଜଣେ ୨୧ ବର୍ଷିୟ ଛାତ୍ରଙ୍କୁ ଗତ ମାସରେ ଡିସ୍‌ଚାର୍ଜ କରାଯାଇଛି।ତାଙ୍କ ପରିବାର ଲୋକେ ତାଙ୍କୁ ଏଠାକୁ ଆଣିଥିଲେ। ସେ ‘ଏଏମ୍‌ପି’ ନେବା ଆରମ୍ଭ କରିବା ପରେ କ୍ରମେ ତାହା ନିଶାରେ ପରିଣତ ହୋଇଯାଇଥିଲା। ଆମେ ତା’ର ଚିକିତ୍ସା କରାଇଲୁ। ଚିକିତ୍ସା ପରେ ତାଙ୍କର ଅବସ୍ଥାରେ ଉନ୍ନତି ଘଟିଲା।

By amfnews

Related Post