Sat. Apr 25th, 2026

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା!

239 Views

ସୁନ୍ଦରଗଡ଼  :  ସୁନ୍ଦରଗଡ଼ ସହର ନିକଟସ୍ଥ ସୁବଳୟା ଗାଁରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁବଳୟା ଗାଁର ନବରଙ୍ଗପଡ଼ାରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି ।ଗତକାଲି ରାତିରେ ବୃଦ୍ଧାଙ୍କ ପୁଅ ବୋହୂ ଘରେ ନଥିବାର ସୁଯୋଗ ନେଇ କେହି ତାଙ୍କୁ ଟାଙ୍ଗିଆରେ ଚୋଟ ମାରି ହତ୍ୟା କରିଥିବା ଜଣାଯାଇଛି।

ଆଜି ସକାଳେ ବୃଦ୍ଧାଙ୍କ ପୁଅ ବୋହୂ ଘରକୁ ଫେରିବାବେଳେ ଏହା ଦେଖିବାକୁ ପାଇଥିଲେ। ଶୁଣିବାକୁ ମିଳୁଛି ଯେ ଗୁଣିଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କ ମୃତଦେହକୁ ଜବତ କରିଛି ଏବଂ ପୋଷ୍ଟମର୍ଟମ୍ ଲାଗି ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ମୃତ ବୃଦ୍ଧା ହେଲେ ପ୍ରେମା ଡୁଙ୍ଗଡୁଙ୍ଗ । ତାଙ୍କର ବୟସ ୬୫ ବର୍ଷ ବୋଲି କୁହାଯାଉଛି।ଏବେ ପୁଲିସ ହତ୍ୟାକାରୀକୁ ଖୋଜୁଥିବା ଜଣାଯାଇଛି। ଏଥିନେଇ ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ ।

By amfnews

Related Post