Fri. Jul 3rd, 2026

ପେଟ୍ରୋଲ୍‌ ଓ ଡିଜେଲ୍‌ ଚାଳିତ ଯାନ ନିଷିଦ୍ଧ କରାଯିବାର ଯୋଜନା ନାହିଁ: ନୀତିନ ଗଡ଼କରି

251 Views

ନୂଆଦିଲ୍ଲୀ  : ମଟର ଶିଳ୍ପ ସଙ୍କଟରେ ସମ୍ମୁଖୀନ ହୋଇଥିବାରୁ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଚାଳିତ ଯାନବାହନ ନିଷିଦ୍ଧ କରାଯିବାର ଯୋଜନା ନାହିଁ ବୋଲି ସଡ଼କ ପରିବହନ ମନ୍ତ୍ରୀ ନୀତିଶ ଗଡ଼କରି ଗୁରୁବାର ଦିନ କହିଛନ୍ତି।

ସେ କହିଛନ୍ତି: ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଚାଳିତ ଯାନବାହନ ବନ୍ଦ ହେଉ ବୋଲି ମନ୍ତ୍ରାଳୟକୁ ପରାମର୍ଶ ଦିଆଯାଇ ଥିବା କଥା ଆଲୋଚନା ଚାଲିଥିଲା। ମୁଁ ସ୍ପଷ୍ଟ କରି ଦେବାକୁ ଚାହେଁ ଯେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଚାଳିତ ଯାନ ବନ୍ଦ କରାଇବା ସରକାରଙ୍କର ଉଦ୍ଦେଶ୍ୟ ନୁହେଁ। ଆମେ ସେମିତି କିଛି କରିବୁ ନାହିଁ। ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ୍‌ ମ୍ୟାନୁଫ୍ୟାକ୍‌ଚର୍‌ର୍‌ଙ୍କ ବାର୍ଷିକ ସମ୍ମିଳନୀରେ ସମ୍ବୋଧନ ଦେଇ ମନ୍ତ୍ରୀ କହିଲେ ହାଇବ୍ରିଡ୍‌ ଭେଇକ୍ଲ ଉପରୁ ଜିଏସ୍‌ଟି ହ୍ରାସ କରିବାକୁ ସରକାର ବିଚାର କରୁଛନ୍ତି।

ମଟର ଶିଳ୍ପର ମାନ୍ଦା ଅବସ୍ଥା ସଂକ୍ରାନ୍ତରେ ଗଡ଼କରି କହିଲେ, ବିଶ୍ୱ ଅର୍ଥନୀତି, ଚାହିଦା ଓ ଯୋଗାଣ କାରଣରୁ ମଟର ଶିଳ୍ପ ସମସ୍ୟାରେ ପଡ଼ିଛି। ସରକାର ମଟର ଶିଳ୍ପଙ୍କ ସପକ୍ଷରେ ଅଛନ୍ତି ଏବଂ ଅର୍ଥମନ୍ତ୍ରାଳୟରେ ଆମେ ଏହାର ପ୍ରତିକାର ଖୋଜି ବାହାର କରିବୁ।

ବିକ୍ରି ବଢ଼ାଇବା ନିମେନ୍ତ ଅଣବ୍ୟାଙ୍କିଙ୍ଗ୍‌ ଫାଇନାନ୍‌ସ୍‌ କମ୍ପାନିରୁ ଗ୍ରାହକମାନଙ୍କୁ ଋଣ ଯୋଗାଇ ଦେବା ପ୍ରସଙ୍ଗରେ ବିଚାର କରିବାକୁ ଗଡ଼କରି ମଟର ନିର୍ମାତାମାନଙ୍କୁ କହିଥିବା କଥା କହିଛନ୍ତି।

By amfnews

Related Post