Mon. Oct 5th, 2026

ଖୋଲିଲା ବାଲିମେଳା ଡ୍ୟାମ୍‌ର ଦୁଇଟି ଗେଟ୍‌

287 Views

ଚିତ୍ରକୋଣ୍ଡା  :  ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଥିବା ବାଲିମେଳା ଜଳ ଭଣ୍ଡାରର ଦୁଇଟି ଗେଟ୍‌ ଖୋଲା ଯାଇଛି। ଡ୍ୟାମର ୪ ନମ୍ୱର ଓ ସ୍ଲୁଇସ୍‌ ଗେଟ୍ ଖୋଲା ଯାଇଛି। ଫଳରେ ପ୍ରତି ସେକେଣ୍ଡରେ ୬୦୦୦ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି।

ଜଳଭଣ୍ଡାରର ସର୍ବନିମ୍ନ ବିପଦ ସ୍ତର ୧୫୧୪ ଫୁଟ୍‌ ହୋଇଥିବା ବେଳେ ବର୍ତ୍ତମାନ ୧୪୯୨ ଫୁଟ୍‌  ଜଳ ରହିଛି। ବାଲିମେଳା ଡ୍ୟାମ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଯୌଥ ପ୍ରକଳ୍ପ ହୋଇଥିବାରୁ ଆନ୍ଧ୍ରପ୍ରଦେଶକୁ ଜଳ ଆବଶ୍ୟକ ହେଉଛି। ତେଣୁ ଏହି ଦୁଇଟି ଗେଟ୍ ଖୋଲାଯାଇଛି।  ଆନ୍ଧ୍ରପ୍ରଦେଶ ଅନେକ ସମୟରେ ଡ୍ୟାମରୁ ପାଣି ନେଉଥିବାରୁ ଚିତ୍ରକୋଣ୍ଡା ଅଞ୍ଚଳରେ ପାନୀୟ ଜଳ ସମସ୍ୟା  ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି।

By amfnews

Related Post