Mon. Oct 5th, 2026

ଛାତ୍ରଙ୍କୁ ନିର୍ଘାତ ପିଟିଲେ ୱାଡ଼େନ, ଭିଡିଓ ଭାଇରାଲ

237 Views

ଭୁବନେଶ୍ୱର  :  ଛାତ୍ରଙ୍କୁ ମାଡ଼ ମାରିଲେ ୱାଡ଼େନ।  ଭୁବନେଶ୍ୱରର ଏକ ନାମୀ ଘରୋଇ ଶିକ୍ଷାନୁଷ୍ଠାନରେ ଘଟିଛି ଏହି ଘଟଣା।  ଛାତ୍ର ଜଣକ କାକୁତି ମିନତି ହେଲେ ମଧ୍ୟ ୱାଡ଼େନଙ୍କ ମନରେ ଦୟା ଆସୁନାହିଁ। ଲଗାତର ଭାବେ ବାଡିରେ ପିଟି ଚାଲିଛନ୍ତି। ତେବେ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପ୍ରକୃତ ଘଟଣା ସାମନାକୁ ଆସିଛି। ଭିଡିଓରେ ଯାହା ଶୁଣାଯାଉଛି ୱାର୍ଡ଼ର ଜଣକ ପଚାରୁଛନ୍ତି କେତେ ମାର୍କ ରଖିଛୁ। ୬୦ ପ୍ରତିଶତ। ଏହା କହି ୱାଡ଼େନ ଜଣକ ୱାଡ଼େନ ଜଣକ ଛାତ୍ରଙ୍କୁ ନିର୍ଘାତ ଏକ ବାଡ଼ିରେ ପିଟୁଛନ୍ତି। ପିଲାଟି ଯୁକ୍ତ ୨ ଛାତ୍ର ବୋଲି ଜଣାପଡ଼ିଛି।

ଭିଡିଓ ଭାଇରାଲ ପରେ ଓ୍ୱାର୍ଡରଙ୍କ ବିରୋଧରେ କଲେଜ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଛନ୍ତି। ତେବେ ଗତକାଲି ସମ୍ପୃକ୍ତ ୱାଡ଼େନଙ୍କୁ ବହିଷ୍କାର କରାଯାଇଥିବା କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଫ୍ଆଇର ପରେ କଲେଜରେ ପହଞ୍ଚି ଘଟଣା ବିଷୟରେ ପ୍ରିନ୍ସିପାଲ ଏବଂ ଛାତ୍ରଙ୍କୁ ପୁଲିସ୍‌ ପଚରାଉଚୁରା କରିଛି।

By amfnews

Related Post