Sat. Oct 17th, 2026

ଖୋର୍ଦ୍ଧା: ଗଣଦୌଡ଼ ସମୟରେ ଜଣେ ମୃତ

462 Views

ଖୋର୍ଦ୍ଧା, ନଭେମ୍ବର ୨୫: ରବିବାର ସକାଳେ ନିରାକାରପୁର-ଜଙ୍କିଆ ଥାନା ଅଧୀନସ୍ଥ କାମଗୁରୁ ପଞ୍ଚାୟତରେ ଚାଲିଥିବା ଗଣଦୌଡ଼ରେ ଜଣେ ଅଂଶଗ୍ରହଣକାରୀଙ୍କର ମୃତ୍ୟୁ ଘଟିଛି।

ମୃତବ୍ୟକ୍ତିଜଣକ ହେଉଛନ୍ତି ସେହି ପଞ୍ଚାୟତ ଅନ୍ତର୍ଗତ ବେଲପଡ଼ା ଗ୍ରାମ ଆଦିବାସୀ ସାହିର ୫୩ ବର୍ଷିୟ କୃଷ୍ଣଚନ୍ଦ୍ର ପରିଡ଼ା।

କାମଗୁରୁ ପଞ୍ଚାୟତ କାର୍ଯ୍ୟାଳୟ ପାଖରୁ ଅରିଶାଳ ଗ୍ରାମକୁ ଦୌଡ଼ି ଯିବା ସମୟରେ ଏହି ବିୟୋଗାନ୍ତ ଘଟଣା ଘଟିଛି।

ବ୍ୟବଚ୍ଛେଦ ନିମନ୍ତେ କୃଷ୍ଣଙ୍କର ଶବ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି। ବ୍ୟବଚ୍ଛେଦ ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

By amfnews

Related Post