Sat. Oct 17th, 2026

ରାମ ମନ୍ଦିର ନିର୍ମାଣ କର ନଚେତ ତୁମେ କ୍ଷମତାରେ ରହିବ ନାହିଁ: ଉଦ୍ଧବ ଥାକ୍‌ରେ

355 Views

ନୂଆଦିଲ୍ଲୀ, ନଭେମ୍ବର ୨୫: ଏବକାର କେନ୍ଦ୍ର ସରକାର କ୍ଷମତାରେ ରହୁ କି, ନ ରହୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ ବୋଲି ରବିବାର ସକାଳେ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତରପ୍ରଦେଶର ମନ୍ଦିର ନଗରୀକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ଶିବ ସେନା ମୁଖ୍ୟ ଉଦ୍ଧବ ଥାକ୍‌ରେ କହିଛନ୍ତି।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଥିବା ଏକ ବକ୍ତବ୍ୟ ଉଦ୍ଧାର କରି ସେ କହିଲେ, ମୁଁ ଶୁଣିଲି ଯେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମନ୍ଦିର ଥିଲା, ଅଛି ଏବଂ ରହିବ। କିନ୍ତୁ ତାହା ଆମର ନିଷ୍ପତ୍ତି, ଆମର ବିଶ୍ୱାସ, ଆମର ଆବେଗ। ମନ୍ଦିର ଦେଖି ନ ପାରୁ ଥିବାରୁ ଆମକୁ ବାଧୁଛି। ଆମେ କେବେ ମନ୍ଦିର ଦେଖିବୁ? ତାହା ଶୀଘ୍ର ନିର୍ମାଣ କରାଯିବ ଉଚିତ।

ତିନି ତଲାକ ବା ବିମୁଦ୍ରାୟନ ମାମଲାରେ ସରକାର କୌଣସି କୋର୍ଟ ଆଦେଶକୁ ଅପେକ୍ଷା କଲେ ନାହିଁ। ରାମ ମନ୍ଦିର ପାଇଁ କାହିଁକି କୋର୍ଟ ଆଦେଶକୁ ଅପେକ୍ଷା କରୁଛନ୍ତି?

ନିର୍ବାଚନ ବେଳେ କେତେକ ଲୋକେ ରାମ – ରାମ ହେଉଥିଲେ। କିନ୍ତୁ, ନିର୍ବଚାନ ପରେ ଶୋଇପଡୁଛନ୍ତି।

By amfnews

Related Post