Wed. Aug 19th, 2026

କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତିଙ୍କ ନାଁରେ ଥାନାରେ ଏତଲା

247 Views

କେନ୍ଦ୍ରାପଡ଼ା, ନଭେମ୍ବର ୧୯ : କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁଙ୍କ ନାଁରେ ଥାନାରେ ଏତଲା। ବିଜେଡି କର୍ମୀଙ୍କ ସହ ମିଶି ସେ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟଙ୍କୁ ମାଡ଼ ମାରିଥିବା ନେଇ ସ୍ଥାନୀୟ ଥାନାରେ ସଂଗଠନ ପକ୍ଷରୁ ଏତଲା ଦିଆଯାଇଛି।

ମାଳିପୁର ଛକ ନିକଟରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଯାଉଥିବା ବେଳେ ସେମାନଙ୍କୁ ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟ ଅଟକାଇଥିଲେ।

‘ଚାଷୀଙ୍କୁ ରାଜଧାନୀ ମନା ତ ନେତାଙ୍କୁ ଗାଁ ମନା’ ନେଇ ସଂଗଠନର ସ୍ଲୋଗାନ୍‌କୁ ପାଳନ କରି ବିଜେଡି ନେତା ଓ କର୍ମୀକୁ ଅଟକାଇବା ବେଳେ ନବ ନିର୍ମାଣ କୃଷକ ସଙ୍ଗଠନର ସଦସ୍ୟଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ଏହି ଘଟଣାକୁ ନେଇ ଧ୍ରୁବ ସାହୁ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଏହା ଏକ ଭିତ୍ତିହୀନ ଅଭିଯୋଗ। ଜନ ସମ୍ପର୍କ ପଦଯାତ୍ରାରେ ନବ ନିର୍ମାଣ କୃଷକ ସଂଗଠନର କୌଣସି କର୍ମୀ କି ନେତାଙ୍କ ସହ ତାଙ୍କର ସାକ୍ଷାତ ହୋଇନାହିଁ। ଏହା ବିରୋଧୀଙ୍କ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି।

By amfnews

Related Post