Sun. Oct 4th, 2026

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

242 Views

ବାଲେଶ୍ୱର, ନଭେମ୍ବର ୧୯ : ବାଲେଶ୍ୱର ଜିଲ୍ଲା ବାଲିଆପାଳର ଏକ ଆବାସିକ ବିଦ୍ୟାଳୟର ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ନାବାଳିକା ଜଣଙ୍କ ଗତ ଶନିବାର ସକାଳୁ ସ୍କୁଲ୍‌ରୁ ନିଖୋଜ ହୋଇ ଯାଇଥିଲେ। ଖୋଜାଖୋଜି କରିବା ପରେ ମଧ୍ୟ ମିଳି ନ ଥିଲେ। ଏନେଇ ତାଙ୍କ ପରିବାର ସଦସ୍ୟଙ୍କୁ ବିଦ୍ୟାଳୟର ଜଣେ କର୍ମଚାରୀ ଫୋନ୍‌ କରି ଜଣାଇଥିଲେ। ତେବେ ସେହିଦିନ ରାତି ପ୍ରାୟ ୧୧ଟା ବେଳେ ସ୍କୁଲ୍‌ ପରିସରରେ ତାଙ୍କୁ ଠାବ କରାଯାଇଥିଲା। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଘର ଲୋକଙ୍କୁ ଖବର ଦେଇଥିଲେ ଓ ତାଙ୍କୁ ଘରକୁ ନେଇ ଯିବା ପାଇଁ କହିଥିଲେ।

ସୂଚନା ଅନୁସାରେ, ଗାଁରେ ଜଣେ ଯୁବକ ତାଙ୍କୁ ନେଇ ଯାଇଥିଲେ ଓ ତାଙ୍କୁ ଆଣି ସ୍କୁଲ୍ ପରିସରରେ ଛାଡ଼ି ଦେଇଥିଲେ।

By amfnews

Related Post