Fri. Sep 25th, 2026

କୁହୁଡ଼ି ଯୋଗୁଁ ଆନନ୍ଦପୁରରେ ବୋଲେରୋ ଓଲଟି ୨ ମହିଳା ସାଙ୍ଘାତିକ ଆହତ; ଭୁବନେଶ୍ୱରରୁ ବିମାନ ଉଡ଼ାଣରେ ବିଳମ୍ବ

359 Views

ଆନନ୍ଦପୁର, ଜାନୁଆରୀ ୧୯ : ଶନିବାର ପ୍ରତ୍ୟୁଷରେ କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥସ୍ଥିତ ହସନପୁର ଟୋଲ୍‌ ଗେଟ୍‌ ନିକଟରେ ଗୋଟାଏ ବୋଲେରୋ ଓଲଟି ପଡ଼ିବାରୁ ଦୁଇ ଜଣ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଛି।

ଭୋର୍‌ ପ୍ରାୟ ୩ଟା ସମୟରେ ଘନ କୁହୁଡ଼ି ଘୋଟିଥିବା ବେଳେ ପୁରୀରୁ ୭ ଜଣ ବ୍ୟକ୍ତିଙ୍କୁ ନେଇ ଫେରୁଥିବା ବୋଲେରୋ ଗାଡ଼ିଟିର ଚାଳକ କୌଣସି କାରଣରୁ ଗାଡ଼ିରୁ ନିୟନ୍ତ୍ରଣ ହରାଇବାରୁ ତାହା ଓଲଟି ପଡ଼ିଥିଲା।

ଚିକିତ୍ସା କରାଇବା ନିମନ୍ତେ ସ୍ଥାନୀୟ ଖଡ଼ିପାଳ ଗ୍ରାମର ଉକ୍ତ ଦୁଇ ମହିଳାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟନା ରାମଚନ୍ଦ୍ରପୁର ଥାନା ଅଧୀନସ୍ଥ ଅଞ୍ଚଳରେ ଘଟିଛି।

ଆଜି ପ୍ରତ୍ୟୁଷରୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅତି ଘନ କୁହୁଡ଼ି ଘୋଟିଥିବାରୁ ଯାନବାହନ ଚଳାଇବାରେ ଡ୍ରାଇଭର୍‌ମାନଙ୍କୁ ଅସୁବିଧା ହୋଇଥିଲା।

By amfnews

Related Post