Fri. Jul 24th, 2026

କହ୍ନେୟା କୁମାରଙ୍କ ବିରୋଧରେ ଦେଶଦ୍ରୋହ ମାମଲା: ବିନା ଅନୁମତିରେ ଚାର୍ଜସିଟ୍‌ ଦାଖଲ କରିଥିବାରୁ ଦିଲ୍ଳୀ ପୁଲିସ୍‌ ଉପରେ ବିରକ୍ତ ହେଲେ କୋର୍ଟ

365 Views

ନୂଆଦିଲ୍ଲୀ, ଜାନୁଆରୀ ୧୯: ଜବାହାରଲାଲ ନେହେରୁ ୟୁନିଭରସିଟି(ଜେଏନ୍‌ୟୁ)ର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଏବଂ ଅନ୍ୟ କେତେ ଜଣ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗରେ ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ସେଲ୍‌ ଚାର୍ଜସିଟ୍‌ ଦାଖଲ କରିବା ନେଇ ଶନିବାର ପଟିଆଲା ହାଉସ୍‌ କୋର୍ଟ ଦିଲ୍ଲୀ ପୁଲିସ୍‌ ଉପରେ ବିରକ୍ତ ହୋଇଛନ୍ତି।

ଦାଖଲ ହୋଇଥିବା ଚାର୍ଜସିଟ୍‌କୁ ଗ୍ରହଣ କରିବାକୁ ମନା କରି କୋର୍ଟ ପ୍ରଶ୍ନ ଆଣି କହିଛନ୍ତି କି ‘ତୁମେ ଆଇନ୍‌ ବିଭାଗରୁ ଏ ନେଇ ଅନୁମତି ନେଇ ନାହିଁ। ବିନା ଅନୁମତିରେ ତୁମେ କିପରି ଚାର୍ଜସିଟ୍‌ ଦାଖଲ କରିପାରିଲ?’

ଏ ସଂପର୍କରେ ଦିଲ୍ଲୀ ପୁଲିସ୍‌ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ଦୀପକ ସେରାଓ୍ଵତଙ୍କୁ କହିଛନ୍ତି କି ସେ ୧୦ ଦିନ ଭିତରେ ଆବଶ୍ୟକୀୟ ପ୍ରକ୍ରିୟା ସମାପ୍ତ କରିବେ। ଏହି ଘଟଣାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୬ ତାରିଖରେ ହେବ ବୋଲି ସୂଚନା ରହିଛି।

ଏପରିକି କହ୍ନେଆ ଓ ତାଙ୍କର ଅନ୍ୟ ସହଯୋଗୀମାନେ ଦେଇଥିବା ଦେଶ ବିରୋଧୀ ସ୍ଲୋଗାନର କିଛି ଭିଡିଓ ବି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଭିଡିଓ ଭାଇରାଲ୍‌ ହେବା ପରେ ଦିଲ୍ଲୀ ପୁଲିସ୍‌ ସେସବୁକୁ ସଂଗ୍ରହ କରି ପରୀକ୍ଷା ପାଇଁ ଫରେନ୍ସିକ ପରୀକ୍ଷା ପାଇଁ ପଠାଇଥିଲା। ପରୀକ୍ଷା ହେବା ପରେ ସେ ଭିଡିଓଗୁଡ଼ିକ ଅସଲି ବୋଲି ସ୍ପଷ୍ଟ ହୋଇଛି।

By amfnews

Related Post