Wed. Sep 23rd, 2026

କାଳିଆ ଯୋଜନାରେ ‌ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରସଙ୍ଗ : ଅଯୋଗ୍ୟ ହିତାଧିକାରୀଙ୍କୁ ବାଛିଥିବା ମନ୍ତ୍ରୀ, ଅଧିକାରୀ ଟଙ୍କା ଦିଅନ୍ତୁ – ବିଜେପି

324 Views

ଭୁବନେଶ୍ବର : ନିର୍ବାଚନ ଜିତିବା ପାଇଁ କାଳିଆ ଯୋଜନା କରି ବେଆଇନ୍ ଭାବେ ବିଜେଡି ଅର୍ଥ ବାଣ୍ଟିଥିଲା। ନିର୍ବାଚନ ବୈତରଣୀ ପାର ହେବା ଥିଲା ଏକମାତ୍ର ଉଦ୍ଦେଶ୍ୟ ବୋଲି ଅଭିଯୋଗ କରିଛି ବିଜେପି। ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, ଭୋଟର୍‌ଙ୍କୁ ଲାଞ୍ଚ ଦେଇ ଭୋଟ୍‌ ହାତେଇବା ପାଇଁ କାଳିଆ ଯୋଜନା କରାଯାଇଥିଲା। ଏଥିରେ ସ୍ବଚ୍ଛତା ନାହିଁ ବୋଲି ବିଜେପି ପ୍ରଥମରୁ ଅଭିଯୋଗ କରି ଆସୁଛି। ପ୍ରଥମେ ୨୦ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଥିଲା। କିନ୍ତୁ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ତାଲିକାକୁ ୫୧ ଲକ୍ଷରେ ପହଞ୍ଚାଇଥିଲେ। ଏବେ ୩୬ ଲକ୍ଷ ୮୮ ହଜାର ଚାଷୀ ତାଲିକାରୁ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟା ଆହୁରି ବଢ଼ିବ। ଯେଉଁ ଅଧିକାରୀମାନେ ନିଜ କ୍ଷମତାକୁ ଅପବ୍ୟବହାର କରି ଅଯୋଗ୍ୟ ହିତାଧିକାରୀମାନଙ୍କୁ କାଳିଆ ଯୋଜନାରେ ସାମିଲ କରିଛନ୍ତି ସେମାନଙ୍କ ଠାରୁ ଏବଂ ବିଜେଡି ନେତା ଓ ମନ୍ତ୍ରୀଙ୍କ ଠାରୁ ଏହି ଅର୍ଥ ଆଦାୟ କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି।

By amfnews

Related Post