Wed. Oct 14th, 2026

ହୀରାକୁଦର ସବୁ ଗେଟ୍‌ ବନ୍ଦ

216 Views

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ହ୍ରାସ ପାଇବା ପରେ ବନ୍ଧର ସବୁ ଗେଟ୍‌ ବନ୍ଦ ହୋଇଛି। ଶୁକ୍ରବାର ସକାଳ ୯ଟା ପୂର୍ବରୁ ବାମ ସ୍ପିଲ୍‌ୱେ’ର ଖୋଲା ଥିବା ଏକମାତ୍ର ଗେଟ୍‌କୁ ବନ୍ଦ କରା ଯାଇଥିଲା। ଶୁକ୍ରବାର ରାତି ୯ଟା ବେଳକୁ ଜଳଭଣ୍ଡାର ମଧ୍ୟକୁ ୫୧, ୧୬୫ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୨୨, ୫୬୧ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ତନ୍ମଧ୍ୟରୁ ପାୱାର ଚାନେଲକୁ ୧୯, ୩୫୨ କ୍ୟୁସେକ୍‌, ବିଭିନ୍ନ କେନାଲକୁ ୩, ୦୩୯ କ୍ୟୁସେକ୍‌ ଓ ଶିଳ୍ପ ସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ଦିଆ ଯାଉଥିଲା। ସେହି ସମୟରେ ମହାନଦୀ ତଳ ମୁଣ୍ଡରେ ବେଲଗାଁଠାରେ ୨୧ ହଜାର କ୍ୟୁସେକ୍‌, ପଥର୍ଲାଠାରେ ୫୧ ହଜାର କ୍ୟୁସେକ୍‌, ଖଇରମାଳ ଠାରେ ୧ ଲକ୍ଷ ୧୮ ହଜାର କ୍ୟୁସେକ୍, ବରମୂଳଠାରେ ୧ ଲକ୍ଷ ୭ ହଜାର କ୍ୟୁସେକ ଓ ମୁଣ୍ଡଳିଠ‌ାରେ ଦେଢ଼ ଲକ୍ଷ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୩.୫ ମିଲିମିଟର ଓ ତଳ ମୁଣ୍ଡରେ ୨.୩୩ ମିମି ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

By amfnews

Related Post