Mon. Sep 21st, 2026

‘କଲ୍ ଗର୍ଲ’ କହିବାର ଅର୍ଥ ଆତ୍ମହତ୍ୟାକୁ ଉସକେଇବା ନୁହେଁ: ସୁପ୍ରିମକୋର୍ଟ

400 Views

ନୂଆଦିଲ୍ଲୀ: କୌଣସି ଝିଅକୁ ‘କଲ୍ ଗର୍ଲ’ କହିବାର ଅର୍ଥ ଆତ୍ମହତ୍ୟା କରିବା ପାଇଁ ଉସକେଇବା ନୁହେଁ। ସୁପ୍ରିମକୋର୍ଟ ଦୀର୍ଘ ୧୫ ବର୍ଷର ଏକ ମାମଲାର ବିଚାର କରି ଏହି ରାୟ ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଇନ୍ଦୁ ମଲହୋଦ୍ରା ଏବଂ ଜଷ୍ଟିସ ସୁଭାଷ ରେଡ୍ଡୀ ଏହି ରାୟ ଶୁଣାଇଛନ୍ତି। ରାଗ ମାନସିକତାରେ ଜଣେ ‘କଲ୍ ଗର୍ଲ’ କହିବାର ଅର୍ଥ ନୁହେଁ କହିଥିବା ବ୍ୟକ୍ତି ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଛନ୍ତି।

ସୂଚନାଯୋଗ୍ୟ, ୨୦୦୪ରେ କୋଲକାତାର ଜଣେ ଝିଅ ଇଂରାଜୀ ଟ୍ୟୁସନ ହେବାକୁ ଏକ ପୁଅ ନିକଟକୁ ଯାଉଥିଲା। ଟ୍ୟୁସନ ବେଳେ ଉଭୟ ପୁଅ ଏବଂ ଝିଅ ପରସ୍ପରକୁ ପ୍ରେମ କରିଥିଲେ। ଏମିତିକି ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ହେଲେ ଗୋଟିଏ ଦିନ ଝିଅଟି ପୁଅର ଘରକୁ ଚାଲି ଆସିଥିଲା। ଏହାପରେ ପ୍ରେମିକର ବାପା ମାଆ ଝିଅକୁ ଦେଖି ରାଗିଯାଇଥିଲେ ଏବଂ ‘କଲ ଗର୍ଲ’ ବୋଲି କହିଥିଲେ।

ଏହାପରେ ଝିଅଟି ଏକ ଚିଠି ଲେଖି ଆତ୍ମହତ୍ୟା କରିଥିଲା। ଏହାପରେ ପୁଲିସ ତଦନ୍ତ କରି ଝିଅର ପ୍ରେମିକ ଏବଂ ତାର ବାପା ମାଆଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏମିତିକି ଏହି ତିନି ଅଭିଯୁକ୍ତଙ୍କ ଆବେଦନ ମଧ୍ୟ ସ୍ଥାନୀୟ କୋର୍ଟରେ ଖାରଜ ହୋଇଯାଇଥିଲା। ଏହାପରେ କଲିକତା ହାଇକୋର୍ଟରେ ତିନି ଅଭିଯୁକ୍ତ ଚ୍ୟାଲେଞ୍ଜ କରିଥିଲେ। କୋର୍ଟ ମଧ୍ୟ ଅଭିଯୁକ୍ତଙ୍କ ଆବେଦନକୁ ଗ୍ରହଣ କରିଥିଲେ। ରାଜ୍ୟ ସରକାର ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ଏହାପରେ ହାଇକୋର୍ଟଙ୍କ ରାୟ ଏବଂ ସମସ୍ତ ତଥ୍ୟକୁ ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି, ଝିଅର ପ୍ରେମିକ ଏବଂ ତାର ବାପା ମାଙ୍କ ଉପରେ ଧାରା ୩୦୬/୩୪ ଲଗାଇ ମାମଲାକୁ ଆଗକୁ ବଢ଼ାଇବା ଉଚିତ ନୁହେଁ।

By amfnews

Related Post