Mon. Oct 5th, 2026

କର୍ତାରପୁର କରିଡର୍‌ ଭିତ୍ତିପ୍ରସ୍ତରେ ଖୋଦିତ ନାଁ ଉପରେ ବ୍ଲାକ୍‌ଟେପ୍‌ ମାରିଲେ ପଞ୍ଜାବ ମନ୍ତ୍ରୀ

382 Views

ଗୁରୁଦାସପୁର, ନଭେମ୍ବର ୨୬: ସୋମବାର ଦିନ ପଞ୍ଜାବର ମନ୍ତ୍ରୀ ଏସ୍‌ଏସ୍‌ ରାନ୍ଧ୍‌ଓ୍ଵା କର୍ତାରପୁର କରିଡର୍‌ ଭିତ୍ତିପ୍ରସ୍ତରରେ ଖୋଦିତ ନାମଗୁଡ଼ିକ ଉପରେ କଳାଫିତା ବା ବ୍ଲାକ୍‌ଟେପ୍‌ ମାରିଛନ୍ତି।ଭାରତୀୟ ଜନତା ପାର୍ଟି ଓ ଅକାଳି ଦଳ ବିପକ୍ଷରେ ପ୍ରତିବାଦ ଜଣାଇବାକୁ ରାନ୍ଧ୍‌ଓ୍ଵା ପ୍ରସ୍ତରରେ ଥିବା ନିଜ, ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ଏବଂ ଅନ୍ୟ ମନ୍ତ୍ରୀମାନଙ୍କ ନାଁ ଉପରେ ଟେପ୍‌ ଲଗାଇଛନ୍ତି।

ପ୍ରସ୍ତରରେ ଥିବା ପ୍ରକାଶ ଏବଂ ସୁଖବୀର ବାଦଲଙ୍କ ନାମ କାହିଁକି ପ୍ରସ୍ତରରେ ଅଛି ବୋଲି ପ୍ରତିବାଦ କରିବାକୁ ମୁଁ ନାଁଗୁଡ଼ିକ ଉପରେ କଳାଫିତା ମାରିଛି।ସୋମବାର ଅର୍ଥାତ୍‌, ଆଜି ଡେରା ବାବା ନାନକ-କର୍ତାରପୁର ସାହିବ ରୋଡ୍‌ କରିଡର୍‌ ନିର୍ମାଣର ଭିତ୍ତିପ୍ରସ୍ତର ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡୁ ସ୍ଥାପନ କରିବେ।ପଞ୍ଜାବର ଗୁରୁଦାସପୁର ଜିଲ୍ଲା ଅନ୍ତର୍ଗତ ମାନ୍‌ ଗାଁରେ ଏହି ସ୍ଥାପନା ଉତ୍ସବ ଆୟୋଜନ କରାଯାଇଛି। ଉପରାଷ୍ଟ୍ରପତିଙ୍କ ସହ ଏଥିରେ ଯୋଗଦେବେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରି, କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମ୍ରତ୍‌ କୌର ବାଦଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ।

By amfnews

Related Post