Tue. Aug 18th, 2026

କଟକରେ ବୋମାମାଡ଼, ମିଠା ଦୋକାନ ଉପରକୁ ବୋମା ଫିଙ୍ଗି ଦୁର୍ବୃତ୍ତ ଫେରାର

189 Views

କଟକ  :   ଅଶାନ୍ତ ହୋଇପଡ଼ିଛି ସିଲଭର୍ ସିଟି କଟକ। ତିନିଟି ହତ୍ୟାକାଣ୍ଡ ପରେ କଟକରେ ଫୁଟିଛି ବୋମା। କଟକ ଖାନନଗର ପୂଜା ମଣ୍ଡପ ନିକଟରେ ବୋମାମାଡ଼ ହୋଇଛି। ଏକ ମିଠା ଦୋକାନ ଉପରକୁ ବୋମାମାଡ଼ କରି ଦୁଇ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳେ ତିନିଜଣ ଦୁର୍ବୃତ୍ତ ବାଇକ୍‌ରେ ଆସିଥିଲେ। ମିଠା ଦୋକାନ ଉପରକୁ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ତେବେ କେଉଁ କାରଣରୁ ବୋମାମାଡ଼ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ବୋମାମାଡ଼ରେ କିଛି କ୍ଷୟକ୍ଷତି ହୋଇନାହିଁ। ଘଟଣା ପରେ ବାଦାମବାଡ଼ି ପୁଲିସ୍ ଘଟଣାର ଖୋଳତାଡ଼ କରୁଛି।

By amfnews

Related Post