Tue. Jul 28th, 2026

କଶ୍ମୀର ସମସ୍ୟାରେ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ ଉପରେ ରାଜନାଥ ସିଂହଙ୍କ ପ୍ରତିବାଦ: ମଧ୍ୟସ୍ଥତାର ପ୍ରଶ୍ନ ଉଠୁନାହିଁ

249 Views

ନୂଆଦିଲ୍ଲୀ  : ବୁଧବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାର୍ଲାମେଣ୍ଟ୍‌ରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଶ୍ମୀର ପ୍ରସଙ୍ଗରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ସହ ଆଲୋଚନା କରି ନାହାନ୍ତି ଏବଂ ସେ ବିଷୟରେ ମଧ୍ୟସ୍ଥତା କରାଯିବାର ସମ୍ଭାବନାକୁ ଅଗ୍ରାହ୍ୟ କରିଛନ୍ତି।

ଲୋକସଭାରେ ରାଜନାଥ ସିଂହ କହିଛନ୍ତି: ରାଷ୍ଟ୍ରପତି ଟ୍ରମ୍ପ୍‌ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ କଶ୍ମୀର ମାମଲା ଆଲୋଚନା ହୋଇ ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି। ଶିମଲା ରାଜିନାମାର ବିରୁଦ୍ଧାଚରଣ କରୁଥିବାରୁ କଶ୍ମୀର ମାମଲା ସଂକ୍ରାନ୍ତରେ ମଧ୍ୟସ୍ଥତାର ପ୍ରଶ୍ନ ଉଠୁନାହିଁ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ସମୟରେ ଟ୍ରମ୍ପ୍‌ ସାମ୍ବାଦିକମାନଙ୍କୁ କହିଲା ବେଳେ ଦାବି କରିଥିଲେ କି, କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କହିଥିଲେ। ଏ ଭଳି କୌଣସି ଅନୁରୋଧ କରାଯାଇ ନାହିଁ ବୋଲି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏହି ଦାବିକୁ ଖଣ୍ଡନ କରିଥିଲେ।ଟ୍ରମ୍ପ୍‌ଙ୍କର ଏ ଭଳି ଉଦ୍ଭଟ ଦାବିକୁ ପାର୍ଲାମେଣ୍ଟ୍‌ର ଉଭୟ ସଦନ- ଲୋକସଭା ଓ ରାଜ୍ୟସଭାରେ ପ୍ରତିବାଦ କରାଯାଇଛି। କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତି ଦାବି କରିବା ସହ ଗୃହତ୍ୟାଗ କରିଥିଲେ।

By amfnews

Related Post