Fri. Jul 3rd, 2026

କଟକ-ପାରାଦ୍ୱୀପ ରାସ୍ତାରେ ଭୁବନେଶ୍ୱରର ପିକ୍‌ନିକ୍‌ ବସ୍‌ ଓ ହାଇଓ୍ଵା ଟ୍ରକ୍‌ ଧକ୍କା: ୨ ମୃତ; ୨୦ ଆହତ

408 Views

କଟକ, ଡିସେମ୍ବର ୨୮ : ଶୁକ୍ରବାର ସକାଳ ସାଢ଼େ ଛଅଟା ପରେ କମରପଦା ଅଞ୍ଚଳ ନିକଟବର୍ତ୍ତୀ କଟକ-ପାରାଦ୍ୱୀପ ରାସ୍ତାରେ ଗୋଟାଏ ବସ୍‌ ଓ ହାଇଓ୍ଵା ଟ୍ରକ୍‌ ସାମ୍ନାସାମ୍ନି ଧକ୍କା ଖାଇବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୦ ଜଣରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।

ବସ୍‌ଟିରେ ଭୁବନେଶ୍ୱର ଅନ୍ତର୍ଗତ ଶୈଳଶ୍ରୀ ବିହାରରୁ କିଛି ଲୋକ ବଣଭୋଜି କରିବାକୁ ଜଗତ୍‌ସିଂହପୁରର ଗୋରଖନାଥ ଅଭିମୁଖେ ଯାଉଥିଲେ। ବସ୍‌ଟି କଟକ-ପାରଦ୍ୱୀପ ରାସ୍ତାରେ ଯାଉଥିବା ସମୟରେ ବିପରୀତ ପଟରୁ ଆସୁଥିବା ଗୋଟାଏ ହାଇଓ୍ଵା ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ଖାଇଥିଲା।ଧକ୍କାର ପ୍ରଭାବରେ ଉଭୟ ଗାଡ଼ି ଓଲଟି ପଡ଼ିବାରୁ ବସ୍‌ର ହେଲ୍‌ପର୍‌ ଏବଂ ହାଇଓ୍ଵାର ଡ୍ରାଇଭର୍‌ଙ୍କର ମୃତ୍ୟୁ ଘଟିଛି। ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସାଙ୍ଘାତିକ ବୋଲି କୁହାଯାଉଛି।

ଚିକିତ୍ସା ନିମନ୍ତେ ଆହତମାନଙ୍କୁ କଟକ ସହରସ୍ଥିତ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। କିଷନନଗର ପୁଲିସ ଘଟନାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post