Mon. Sep 7th, 2026

ଗୁଗଲ୍‌ ମ୍ୟାପ୍‌ ଦେଖି ନିରାପଦରେ ଖସି ଯାଉଛନ୍ତି ହାଇଦ୍ରାବାଦର ଚେନ୍‌ ଲୁଟେରା

368 Views

ହାଇଦ୍ରାବାଦ, ଡିସେମ୍ବର ୨୮ : ସହଜରେ ଖସି ଯିବା ଲାଗି ବିଶେଷ ଟ୍ରାଫିକ୍‌ ଗହଳି ନ ଥିବା ରାସ୍ତା ଖୋଜିବାକୁ ବାଇକ୍‌ ଆରୋହୀ ଚେନ୍‌ ଲୁଟେରାମାନେ ଗୁଗଲ୍‌ ମ୍ୟାପ୍‌ ବ୍ୟବହାର କରୁଛନ୍ତି ବୋଲି ତେଲେଙ୍ଗାନା ପୁଲିସର ସନ୍ଦେହ ଘନୀଭୂତ ହୋଇଛି।

ଗତ ବୁଧବାର ଠାରୁ ରଚକୋଣ୍ଡା କମିସନରେଟ୍‌ ଜୋନ୍‌ ଅନ୍ତର୍ଗତ ଏଲ୍‌ବି ନଗର ଠାରେ ନଅଟି ଚେନ୍‌ ଝାମ୍ପି ନେବା ଘଟଣା ଘଟିଛି। ଗୁରୁବାର ଦିନ ଅପରାଧୀମାନେ ହୟାତନଗର, ବନସ୍ଥଳୀପୁରମ ଏବଂ ଚୈତନ୍ୟପୁରୀ ଠାରେ ୪ଟି ଚେନ୍‌ ଛିଡ଼ାଇ ନେଇଛନ୍ତି।

ନଅଟି ସ୍ଥାନର ଫୁଟେଜ୍‌ ଯାଞ୍ଚ କରିବା ପରେ ପୁଲିସ ଜାଣିଲା ଯେ ନଅଟିଯାକ ଚୋରି ଦୁଇ ଜଣ ଅପରାଧୀ ହିଁ କରିଛନ୍ତି। ରଚକଣ୍ଡା ପୁଲିସ କହିଛି: ଆମର ସନ୍ଦେହ ସମ୍ପୃକ୍ତ ଅଞ୍ଚଳରୁ ଖସି ଯିବାଲାଗି ସେମାନେ ଗୁଗଲ୍‌ ମ୍ୟାପ୍‌ ବ୍ୟବହାର କରୁଛନ୍ତି। ସେମାନେ ଚଢୁଥିବା କେଟିଏମ୍‌ ଡ୍ୟୁକ୍‌ ବାଇକ୍‌ଟିରେ ଅସ୍ଥାୟୀ ରେଜିଷ୍ଟ୍ରେସନ୍‌ ନମ୍ବର ଲାଗିଛି। ସେମାନେ ବାହାରର ଲୋକ ହୋଇ ଥାଇପାରନ୍ତି।

ଦୁହେଁ ଅପରାହ୍ଣ ବୁଧବାର ୪: ୩୦ରେ ଚେନ୍‌ ଝାମ୍ପିବା ଆରମ୍ଭ କରି ପ୍ରାୟ ଦୁଇ ଘଣ୍ଟା ଯାଏ କାର୍ଯ୍ୟ ଚାଲୁ ରଖିଥିଲେ। ଗୁରବାର ଦିନ ସେମାନେ ସକାଳ ୭ଟା ଠାରୁ ମହିଳାମାନଙ୍କ ଠାରୁ ଚେନ୍‌ ଝାମ୍ପିବା ଆରମ୍ଭ କରିଥିଲେ। ୧୫ ଘଣ୍ଟା ମଧ୍ୟରେ ସେମାନେ ୯ଟି ଚେନ୍‌ ଲୁଟ୍‌ କରିଥିଲେ। ଏ ପର୍ଯ୍ୟନ୍ତ ଦୁହେଁ ପ୍ରାୟ ୨୫ ତୋଳା ସୁନା ଛଡ଼ାଇ ନେଇଛନ୍ତି। ପୁଲିସ କମ୍ୟୁନିଟି ସିସିଟିଭିରୁ ଫୁଟେଜ୍‌ ସଂଗ୍ରହ କରିଛି।

By amfnews

Related Post