Thu. Jun 11th, 2026

କଂଗ୍ରେସ୍‌କୁ ବିରାଟ ଝଟ୍‌କା: ବିଜେପିରେ ହାତ ମିଶାଇଲେ ବିରିଷ୍ଠ କଂଗ୍ରେସ ନେତା ରାଧାକ୍ରିଷ୍ଣା ଭିକେ ପାଟିଲ୍‌ଙ୍କ ପୁଅ ସୁଜୟ ଭିକେ ପାଟିଲ୍‌

263 Views

ମୁମ୍ବାଇ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ଏକ ବିରାଟ ଝଟ୍‌କା। ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ କଂଗ୍ରେସର ବିରୋଧୀ ଦଳ ନେତା ରାଧାକ୍ରିଷ୍ଣା ଭିକେ ପାଟିଲ୍‌ଙ୍କ ପୁଅ ସୁଜୟ ଭିକେ ପାଟିଲ୍‌ ଆଜି ଅପରାହ୍ନରେ ଭାରତୀୟ ଜନତା ପାର୍ଟି(ବିଜେପିରେ)ରେ ଯୋଗ ଦେବେ। ନିର୍ବାଚନର ମାତ୍ର କିଛି ଦିନ ପୂର୍ବରୁ କଂଗ୍ରେସର ବିରିଷ୍ଠ ନେତାଙ୍କ ପୁଅ ଏପରି ଅଚାନକ ବିଜେପିରେ ଯୋଗ ଦେବା ଘଟଣା ଦଳକୁ ଆଡୁଆ ପରିସ୍ଥିତିକୁ ଟାଣି ନେଇଛି।

ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ସୁଜୟ ବିଜେପି ପକ୍ଷରୁ ଅହମ୍ମଦାନଗର ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ। ଆଜି ଅପରାହ୍ନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସଙ୍କ ବାସଭବନରେ ସୁଜୟ ଦଳରେ ଯୋଗ ଦେବା ନେଇ ସମସ୍ତ ବନ୍ଦୋବସ୍ତ ହୋଇଛି।

ପୂର୍ବରୁ ସୁଜୟ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଥିଲେ। ସେ କଂଗ୍ରେସରୁ ଟିକେଟ୍‌ ପାଇବା ପାଇଁ ଇଚ୍ଛା ପ୍ରକଟ କରିଥିଲେ ବି ତାଙ୍କୁ କଂଗ୍ରେସ ଦଳ ପକ୍ଷରୁ ଟିକେଟ୍‌ ଦିଆଯାଇ ନଥିଲା। ସେ ଅହମଦାନଗରରୁ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ।

ଜାଣିବାକୁ ମିଳିଛି ଯେ ସୁଜୟଙ୍କ ବିଜେପିରେ ଯୋଗ ନ ଦେବା ପାଇଁ କଂଗ୍ରେସ ବିଭିନ୍ନ ପ୍ରକାର ଚେଷ୍ଟା କରିଥିଲା। ଏପରିକି ରାଧାକ୍ରିଷ୍ଣା ଭିକେ ପାଟିଲ ଗତକାଲି ଦିଲ୍ଳୀଠାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ମାତ୍ର କଂଗ୍ରେସର କୌଣସି ପ୍ରକାର ଯୋଜନା ଫଳପ୍ରଦ ହୋଇନାହିଁ। ବିଜେପି ଆଜି ଅପରାହ୍ନରେ ସୁଜୟଙ୍କୁ ଦଳକୁ ସ୍ୱାଗତ କରିବାର ସବୁ ବନ୍ଦୋବସ୍ତ କରି ସାରିଛି।

By amfnews

Related Post