Thu. Jun 11th, 2026

କଂଗ୍ରେସରେ ଯୋଗ ଦେଲେ ସମାଜବାଦୀ ପାର୍ଟିର ପୂର୍ବତନ ସାଂସଦ

356 Views

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ପୂର୍ବରୁ ଗୋଟିଏ ଦଳ ଛାଡି ଅନ୍ୟ ପାର୍ଟିରେ ଯୋଗଦେବା ଜାରି ରହିଛି। ଏହି କ୍ରମରେ ଶୁକ୍ରବାର ଦିନ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟିର ଜଣେ ପୂର୍ବତନ ସାଂସଦ ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି। ସମାଜବାଦୀ ପାର୍ଟି ଟିକେଟରେ ମିର୍ଜାପୁର ଲୋକସଭା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ପୂର୍ବତନ ସାଂସଦ ବାଲ କୁମାର ପଟେଲ ଗତକାଲି ବିଳମ୍ବିତ ରାତ୍ରିରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଉତ୍ତର ପ୍ରଦେଶ (ପୂର୍ବ)ର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି।

ଏହି ଅବସରରେ ଉତ୍ତର ପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ ରାଜ ବବର ଓ ଉତ୍ତର ପ୍ରଦେଶର (ପଶ୍ଚିମ)ର ପ୍ରଭାରୀ ତଥା ସାଧାରଣ ସଂପାଦକ ଜ୍ୟୋତି ରାଦିତ୍ୟ ସିନ୍ଧିୟା ମଧ୍ୟ ଉପସ୍ଥିତ ଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ବାଲ କୁମାର ପଟେଲ ମିର୍ଜାପୁର ଲୋକସଭା ଆସନରୁ ୨୦୦୯ରେ ସମାଜବାଦୀ ପାର୍ଟି ଟିକେଟରେ ବିଜୟୀ ହୋଇଥିଲେ। ସେ ଏଥର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାର ଥିଲା, ମାତ୍ର ତାଙ୍କ ବଦଳରେ ସମାଜବାଦୀ ପାର୍ଟି ଶ୍ୟାମ ଚରଣ ଗୁପ୍ତାଙ୍କୁ ଟିକେଟ୍‌ ଦେଲା। ଏହାଫଳରେ ବାଲ କୁମାର ପଟେଲ୍‌ ଅସନ୍ତୁଷ୍ଟ ହୋଇ କଂଗ୍ରେସରେ ଯୋଗ ଦେଇଛନ୍ତି।

By amfnews

Related Post