Fri. Aug 21st, 2026

କଂଗ୍ରେସର ବିଶ୍ୱେଶ୍ୱର ରେଡ୍ଡି ହେଉଛନ୍ତି ସବୁଠାରୁ ଧନୀ ତେଲୁଗୁ ରାଜ ନେତା!

390 Views

ହାଇଦ୍ରାବାଦ: ତେଲେଙ୍ଗନାର ସବୁଠାରୁ ଧନୀ କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ବିଶ୍ୱେଶ୍ୱର ରେଡ୍ଡି । ତାଙ୍କର ମୋଟ୍‌ ସଂପତ୍ତିର ମୂଲ୍ୟ ୮୯୫ କୋଟି ଟଙ୍କା ବୋଲି ଜଣାଯାଇଛି। ତାଙ୍କର ସ୍ଥାବର ସଂପତ୍ତିର ମୂଲ୍ୟ ୨୨୩ କୋଟି । ବିଶ୍ୱେଶ୍ୱର ରେଡ୍ଡିଙ୍କ ପତ୍ନୀ କେ ସଙ୍ଗୀତା ରେଡ୍ଡିଙ୍କର ମୋଟ୍‌ ସଂପତ୍ତିିର ମୂଲ୍ୟ ୬୧୩ କୋଟି ଟଙ୍କା। କେ ସଙ୍ଗୀତା ରେଡି ଆପୋଲୋ ହସ୍ପିଟାଲ୍‌ସର ଯୁଗ୍ମ ପରିଚାଳନା ନିର୍ଦ୍ଦେଶିକା। ତେବେ ସେ,ତାଙ୍କ ପତ୍ନୀ କିମ୍ବା ପରିବାରର ଅନ୍ୟ କୌଣସି ସଦସ୍ୟଙ୍କ ନାମରେ କୌଣସି କାର୍‌ ନ ଥିବା ଦର୍ଶାଇଛନ୍ତି ଧନୀ ବିଧାୟକ ବିଶ୍ୱେଶ୍ୱର ରେଡ୍ଡି । ଇଂଜିନିୟରରୁ ରାଜନେତା ବନିଥିବା ବିଶ୍ୱେଶ୍ୱର ରେଡ୍ଡି ଗତକାଲି ବିଧାନସଭା ନିର୍ବାଚନ ଲାଗି ନିଜର ପ୍ରାର୍ଥୀପତ୍ର ପ୍ରଦାନ କରିବାବେଳେ ଆଫିଡେଭିଟ୍‌ରେ ଏହି ଘୋଷଣା କରିଛନ୍ତି।


୨୦୧୪ରେ ବିଶ୍ୱେଶ୍ୱର ରେଡ୍ଡିଙ୍କର ସଂପତ୍ତିର ମୂଲ୍ୟ ଥିଲା ୫୨୮ କୋଟି ଟଙ୍କା। ସେହି ସମୟରେ ସେ ଟିଆରଏସ୍‌ ଟିକେଟରେ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ। ଗତ ଡିସେମ୍ବର ମାସରେ ସେ କଂଗ୍ରେସରେ ଯୋଗ ଦେଇଥିଲେ।

By amfnews

Related Post