Fri. Apr 24th, 2026

ଓଲିଉଡର ଚର୍ଚ୍ଚିତ ଭାଇ-ଭଉଣୀ, ଯେଉଁମାନେ ପରଦାରେ ଜନପ୍ରିୟ

615 Views

ଓଡିଆ ସିନେମାରେ କେତେକ ନାମୀ କଳାକାରମାନେ ଭାଇ-ଭଉଣୀ ଭୂମିକା ନିଭାଇ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ।ଏଭଳି ଭାଇ-ଭଉଣୀଙ୍କ ଯୋଡ଼ି ମଧ୍ୟରୁ କେତେକ ହିଟ୍‌ ଯୋଡିଙ୍କୁ ମନେ ପକାଇବା…।

ଅନୁଭବ-ରାଲି ନନ୍ଦ:୨୦୦୯ର ସବୁଠାରୁ ବଡ ହିଟ୍‌ ସିନେମା ଥିଲା ‘ଆକଶେ କି ରଙ୍ଗ ଲାଗିଲା’। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଏସ୍‌.କେ.ମୁରଲୀଧରନ୍‌ ଓ ପ୍ରଯୋଜକ ସୀତାରାମ ଅଗ୍ରଓ୍ଵାଲ।ଏଥିରେ ଅନୁଭବ ମହାନ୍ତ ଓ ରାଲି ନନ୍ଦ ଭାଇ ଭଉଣୀ ଭୂମିକାରେ ନଜର ଆସିଥିଲେ। ରାଲି ନନ୍ଦ ତାଙ୍କର ପ୍ରଥମ ଓଡିଆ ଛବି ‘କଳିଙ୍ଗ ପୁତ୍ର’ରେ ଆକାଶଙ୍କ ବିପକ୍ଷରେ ନାୟିକା ବନିଥିଲେ। ହେଲେ ଦ୍ୱିତୀୟଟିରେ ସେ ବନିଯାଇଥିଲେ ଅନୁଭବଙ୍କ ଭଉଣୀ।

ମିହିର ଦାସ-ଅନୁ ଚୋଧୁରୀ: ରତିକାନ୍ତ କାନୁନ୍‌ଗୋଙ୍କ ପ୍ରଯୋଜିତ ତଥା ସଂଜୟ ନାୟକଙ୍କ ନିର୍ଦ୍ଦେଶିତଏକ ସୁପରହିଟ୍‌ ଫିଲ୍ମ ହେଲା ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ଏହି ଫିଲ୍ମରେ ମହିର ଦାସ ଓ ଅନୁ ଚୌଧୁରୀଙ୍କୁ ଭାଇ ଭଉଣୀ ଭୂମିକାରେ ଦେଖିବାକୁ ପାଇଥିଲେ। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ସୁପରହିଟ୍‌ ବି ହୋଇଥିଲା।

ବିଜୟ ମହାନ୍ତି-ରଚନା:ସୁବ୍ରତ ସାମନ୍ତରାୟଙ୍କ ପ୍ରଯୋଜିତ ତଥା ସଂଗ୍ରାମ ବିଶ୍ୱାଳଙ୍କ ନିର୍ଦ୍ଦେଶିତ ଏକ ସୁପରହିଟ୍‌ ଫିଲ୍ମ ହେଲା ‘ରାକ୍ଷୀ ଭିଜିଗଲା ଆଖି ଲୁହରେ’ଏହି ଫିଲ୍ମରେ ଅଭିନେତା ବିଜୟ ମହାନ୍ତିଙ୍କ ଗେହ୍ଲୀ ଭଉଣୀ ଭୂମିକା ନିଭାଇଥିଲେ ରଚନା ବାନାର୍ଜୀ।

 

ମିହିର ଦାସ-ଜୀନା ସାମଲ: ଓଲିଉଡର ପ୍ରତିଭାବାନ୍‌ ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଜୀନା ସାମଲ୍‌ ଏକ ସିନେମାରେ ଭାଇ-ଭଉଣୀ ଭୂମିକା ନିଭାଇ ଚର୍ଚ୍ଚିତ ହୋଇଥିଲେ। ଏହି ପିଲ୍ମର ନାଆଁ ହେଲା ‘ଫେରିଆ ମୋ ସୁନା ଭଉଣୀ’।ଏହି ଫିଲ୍ମ ପାଇଁ ଜୀନା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ରଣଜିତ୍‌ ମହାନ୍ତି ଏହି ସିନେମାରେ ନିର୍ଦ୍ଦେଶକ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବବି ମିଶ୍ର,ଉଷସୀ ମିଶ୍ର ଓ ଦେବୁ ବୋଷ ପ୍ରମୁଖ ଅଭିନୟ କରିଥିଲେ।

By amfnews

Related Post