Thu. Jun 4th, 2026

ଭାରତରେ ତିଆରି ହେଲା ପ୍ଲାଷ୍ଟିକ ଆବର୍ଜନାରୁ ନିର୍ମିତ ରାସ୍ତା

375 Views

ବର୍ତ୍ତମାନ ଆମ ଦେଶରେ ଲୋକମାନେ ବହୁଳ ଭାବେ ପ୍ଲାଷ୍ଟିକ ବ୍ୟବହାର କରୁଛନ୍ତି। ପ୍ଲାଷ୍ଟିକର ବିଭିନ୍ନ ସାମଗ୍ରୀ ବ୍ୟବହାର କରି ଇଆଡେ ସିଆଡେ ଫିଙ୍ଗି ଦେଉଛନ୍ତି। ଯାହାଫଳରେ ଏହି ସାମଗ୍ରୀଗୁଡ଼ିକ ଯୋଗୁଁ ଦିନକୁ ଦିନ ପରିବେଶ ଦୂଷିତ ହେବାରେ ଲାଗିଛି। ଏହାର ପ୍ରଭାବରେ ଲୋକମାନେ ବିଭିନ୍ନ ରୋଗର ମଧ୍ୟ ଶିକାର ହେଉଛନ୍ତି। ଏହା ଏବେ ଚିନ୍ତାର କାରଣ ପାଲଟିଛି।

ତେବେ ଏପରି ସମସ୍ୟାରୁ ପରିବେଶକୁ ସୁରକ୍ଷା ଦେବା ଲାଗି ପ୍ଲାଷ୍ଟିକ ସାହାଯ୍ୟରେ ଜଣେ ବ୍ୟକ୍ତି ତିଆରି କରିଛନ୍ତି ରାସ୍ତା। ପ୍ଲାଷ୍ଟିକର ଏପରି ବ୍ୟବହାର ଯୋଗୁଁ ପରିବେଶ ପ୍ରଦୂଷଣ ନହେବା ସହ ଟଙ୍କା ମଧ୍ୟ ସଂଚୟ ହୋଇପାରିବ। ଏପରି ହେବାଦ୍ୱାରା ଲୋକଙ୍କ କାମରେ ମଧ୍ୟ ଆସିପାରିବ ପ୍ଲାଷ୍ଟିକ୍‌। ମଦୁରାଇ ସ୍ଥିତ ଏକ ଇଞ୍ଜିନିୟରି କଲେଜର ରସାୟନ ବିଜ୍ଞାନର ଅବସରପ୍ରାପ୍ତ ପ୍ରାଧ୍ୟାପକ ରାଜଗୋପାଲ ବାସୁଦେବନ୍‌ ପ୍ଲାଷ୍ଟିକ ମାଧ୍ୟମରେ ଏପରି ସଡ଼କ ତିଆରି କରିଛନ୍ତି।

ସୂଚନା ଅନୁସାରେ ରାଜଗୋପାଲ ବାସୁଦେବନ ‘ପ୍ଲାଷ୍ଟିକ ମ୍ୟାନ ଅଫ୍‌ ଇଣ୍ଡିଆ’ ନାମରେ ପରିଚିତ। ବାସୁଦେବନ ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କିରବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ତାଙ୍କୁ ଏହି ପ୍ରୟାସ ପାଇଁ ୧୦ ବର୍ଷ କଠିନ ପରିଶ୍ରମ କରବା ପାଇଁ ପଡ଼ିଥିଲା । ସର୍ବପ୍ରଥମେ ୨୦୦୨ରେ ନିଜର ଜ୍ଞାନକୌଶଳ ଆପଣାଇ ଥିଏଗରାଜର କଲେଜର ପରିସରରେ ନିର୍ମାଣ କରିଥିଲେ ପ୍ଲାଷ୍ଟିକ ରାସ୍ତା। ଏହାସତ୍ତେ ତାଙ୍କ ଜ୍ଞାନକୌଶଳକୁ ବେଶ୍‌ ବିଳମ୍ବରେ ମାନ୍ୟତା ମିଳିଥିଲା। ତେବେ ପରେ ରାଜଗୋପାଲ ବାସୁଦେବନ ଉକ୍ତ ପ୍ରକଳ୍ପ ବିଷୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ସୂଚନା ଦେଇଥିଲେ।

ମିଡ଼ିଆ ରିପୋର୍ଟ ଅନୁସାରେ ବାସୁଦେବନ ଥରେ ଟିଭି ଦେଖିବା ସମୟରେ ଦେଖିଲେ ଜଣେ ଡାକ୍ତର ପ୍ଲାଷ୍ଟିକର ଅପକାରିତା ବିଷୟରେ କହୁଛନ୍ତି। ସେବେଠାରୁ ସେ ପ୍ଲାଷ୍ଟିକର ସଦୁପଯୋଗ କରିବା ପାଇଁ ଚିନ୍ତା କରିନେଇଥିଲେ। ସମସ୍ତେ ଜାଣନ୍ତିି ପ୍ଲାଷ୍ଟିକକୁ ନଷ୍ଟ କରାଯାଇ ପାରିବ ନାହିଁ। ଏଥିପାଇଁ ସେ କଠିନ ପରିଶ୍ରମ କରି ପ୍ଲାଷ୍ଟିକର ସଡ଼କ ତିଆରି କରିବା ପାଇଁ ମନସ୍ଥ କରିଥିଲେ। ତେବେ ଅନେକ ଦେଶୀ ଓ ବିଦେଶୀ କମ୍ପାନୀ ରାଜଗୋପାଲଙ୍କ ମଡ଼େଲକୁ କିଣିବା ପାଇଁ ଅଫର ଦେଇଥିଲେ। କିନ୍ତୁ ଟଙ୍କାର ମୋହ ଛାଡ଼ି ସେ ଭାରତ ସରକାରଙ୍କୁ ଏହି ଜ୍ଞାନକୌଶଳ ମାଗଣାରେ ପ୍ରଦାନ କରିଥିଲେ। ସୂଚନା ଅନୁୁସାରେ ଉକ୍ତ ଜ୍ଞାନକୌଶଳ ଅନୁସାରେ ୧୦୦୦ ମିମି ପର୍ଯ୍ୟନ୍ତ ସଡ଼କ ତିଆରି କରାଇଛନ୍ତି ରାଜଗୋପାଲ।

By amfnews

Related Post