Thu. Aug 13th, 2026

ଏୟାର ଇଣ୍ଡିଆର ପୂର୍ବତନ ସିଏମ୍‌ଡି ଅରବିନ୍ଦ ଯାଦବଙ୍କ ସମେତ ୫ ସିବିଆଇ ହାତରେ ଗିରଫ

329 Views

ନୂଅଦିଲ୍ଲୀ, ଜାନୁଆରୀ ୨୩ : ଏୟାର ଇଣ୍ଡିଆର ଜେନେରାଲ ମ୍ୟାନେଜର (ମହାପ୍ରବନ୍ଧକ) ପଦବୀରେ ନିଯୁକ୍ତି ଦେବାରେ ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଏୟାର ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ଅରବିନ୍ଦ ଯାଦବଙ୍କୁ ଗିରଫ କରିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଅରବିନ୍ଦ ଯାଦବ ଏୟାର ଇଣ୍ଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ପଦବୀରେ ଅବସ୍ଥାପିତ ଥିବା ବେଳେ ଗତ ୨୦୦୯-୧୦ରେ ଏକ ଅବୈଧ ପଦୋନ୍ନତି ପ୍ୟାନେଲ ପ୍ରତିଷ୍ଠା କରିଥିଲେ। ଏବଂ ଏହି ପ୍ୟାନେଲ ଜରିଆରେ ଅଯୋଗ୍ୟ ତଥା ନିଜ ମନ ପସନ୍ଦର ବ୍ୟକ୍ତି ବିଶେଷଙ୍କୁ ଏୟାର ଇଣ୍ଡିଆର ଜେନେରାଲ ମ୍ୟାନେଜର (ମହାପ୍ରବନ୍ଧକ) ପଦବୀରେ ନିଯୁକ୍ତି ଦେଇଥିଲେ। ଏସଂପର୍କରେ ଅଭିଯୋଗ ହେବା ପରେ ସିବିଆଇ ଏହି ଘଟଣାର ତଦନ୍ତ କରୁଥିଲା। ତଦନ୍ତରେ ଏୟାର ଇଣ୍ଡିଆର ପୂର୍ବତନ ସିଏମ୍‌ଡି ଅରବିନ୍ଦ ଯାଦବଙ୍କ ସମେତ ଏହି ଘଟଣାରେ ଏୟାର ଇଣ୍ଡିଆର ଅନ୍ୟ ଜଣେ ଅବସରପ୍ରାପ୍ତ ଅଧିକାରୀ ଏଲ ପି ନଖଓ୍ଵା, ଅତିରିକ୍ତ ମହାପ୍ରବନ୍ଧକ ଏ କାଠପାଲିଆ, ଅମିତାଭ ସିଂହ ଓ ରୋହିତ୍‌ ଭାସିନ୍‌ଙ୍କୁ ମଧ୍ୟ ଗିରଫ କରିଥିବା ଜାଣିବାକୁ ମିଳିଛି।

By amfnews

Related Post