Sat. Jul 4th, 2026

ବେଗୁନିଆ ଥାନା ଭିତରେ ପଶି ଭଙ୍ଗାରୁଜା : ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ

304 Views

ଖୋର୍ଦ୍ଧା: ପୁଲିସ ନିଷ୍କ୍ରିୟତା ଅଭିଯୋଗରେ ବୁଧବାର ଉତ୍ତ୍ୟକ୍ତ ଲୋକେ ବେଗୁନିଆ ଥାନା ଭିତରେ ପଶି ଭଙ୍ଗାରୁଜା କରିଛନ୍ତି। ବେଗୁନିଆ ସରପଞ୍ଚଙ୍କୁ  କିଛି ଦିନ ପୂର୍ବେ ବିଧାୟକଙ୍କ ପକ୍ଷରୁ  ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ସତ୍ତ୍ୱେ ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା।  ତେଣୁ ଆଜି ତାଙ୍କର ସମର୍ଥକ ବେଗୁନିଆ ଥାନା ଘେରାଉ କରିଥିଲେ। ଏହି ଘେରାଉ ସମୟରେ ଲୋକେ ଥାନା ଭିତରେ ପଶି ଭଙ୍ଗାରୁଜା କରିବା ଆରମ୍ଭ କରି ଦେଇଥିଲେ ବୋଲି ସୂଚନା ମିଳିଛି। ଏହି ଘଟଣାକୁ ନେଇ ବେଗୁନିଆ ଥାନା ଆଗରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ବର୍ତ୍ତମାନ ଥାନା ପରିସରକୁ ପୁଲିସ ଜଗି ରହିଛି।

ଏହି ଘଟଣାକୁ ନେଇ ଖୋର୍ଦ୍ଧା ଓ ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥକୁ ଉତ୍ତ୍ୟକ୍ତଲୋକେ ଅବରୋଧ କରିଛନ୍ତି। ଫଳରେ ଖୋର୍ଦ୍ଧା ଓ ବଲାଙ୍ଗୀର ରାସ୍ତାର ଉଭୟପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଛି। ଯାତାୟାତରେ ଅସୁବିଧା ପରିଲକ୍ଷିତ ହୋଇଛି। ପୁଲିସ ପରିସ୍ଥିତିକୁ ଆୟତ୍ତକୁ ଆଣିବାକୁ ଚେଷ୍ଟା ଜାରି ରଖିଛି।

By amfnews

Related Post