Sat. Apr 25th, 2026

ଏହି ଦେଶରେ ଚୁଇଙ୍ଗଗମ ନିଷିଦ୍ଧ, ଏଠାରେ ଜଗିଙ୍ଗ କରିବା ମନା!

169 Views

ବିଶ୍ୱର ଅଧିକାଂଶ ଦେଶରେ ଭିନ୍ନଭିନ୍ନ ଆଇନ ପ୍ରଚଳିତ । ହେଲେ ଆପଣ ଜାଣନ୍ତି କି, ଏଭଳି ଏକ ଦେଶ ଅଛି ଯେଉଁଠାରେ ଆପଣ ଜଗିଙ୍ଗ କରିପାରିବେ ନାହିଁ । ଖାଲି ସେତିକି ନୁହେଁ ଏଭଳି ଏକ ଦେଶ ବି ଅଛି ଯେଉଁଠାରେ ଚୁଇଙ୍ଗଗମକୁ ନିଷିଦ୍ଧ କରାଯାଇଛି। ଏହି ଦେଶର ନାମ ହେଉଛି ବୁରୁଣ୍ଡି। ଏହା ଆଫ୍ରିକା ମହାଦେଶରେ ଅବସ୍ଥିତ ।

ଜଗିଙ୍ଗ କରିବା ସ୍ବାସ୍ଥ୍ୟପକ୍ଷେ ଲାଭଦାୟକ ବୋଲି ସମସ୍ତଙ୍କୁ ଜଣା, ହେଲେ ୨୦୧୪ ମସିହାରେ ଏଠାକାର ରାଷ୍ଟ୍ରପତି ଏହା ଉପରେ ପ୍ରତିବନ୍ଧକ ଏଥିପାଇଁଲଗାଇଥିଲେ ଯେ, ଏହାଦ୍ୱାରା ଅସାମାଜିକ ଗତିବିଧି ବଢୁଛି । ସେହିପରି ସିଙ୍ଗାପୁରରେ ୨୦୦୪ ମସିହାରେ ଚୁଇଙ୍ଗମ ଖାଇବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏପରି କରାଯିବା ପଛରେ ଯେଉଁ କାରଣ ରହିଛି ତାହା ବେଶ ଗୁରୁତ୍ବପୂର୍ଣ୍ଣ ।କାରଣ ହେଉଛି ପରିଷ୍କାର ପରିଚ୍ଛନ୍ନତା। ଚୁଇଙ୍ଗମ ଖାଇ ଏଣେ ତେଣେ ପକାଇଲେ ତାହାଦ୍ବାରା ପରିବେଶ ନଷ୍ଟ ହେବାର ଆଶଙ୍କା ରହିଛି ବୋଲି ସିଙ୍ଗାପୁରରେ ୨୦୦୪ ମସିହାରେ ଚୁଇଙ୍ଗମ ଖାଇବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

By amfnews

Related Post