Wed. Sep 30th, 2026

ୟୁପି ସ୍କୁଲ୍‌ରେ ପାଠ ପଢ଼ାଇଲେ ନୂଆପଡ଼ା ଜିଲ୍ଲାପାଳ

231 Views

ନୂଆପଡ଼ା: ବୁଧବାର ପୂର୍ବାହ୍ନରେ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ କୋମନା ବ୍ଲକ୍‌ ଅନ୍ତର୍ଗତ ଭରୁଆମୁଣ୍ଡା ଓ ଟିକ୍ରାପଡ଼ା ସରକାରୀ ସ୍କୁଲ୍‌ ପରିଦର୍ଶନରେ ଯାଇଥିଲେ। ଟିକ୍ରାପଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀକୁ ଯାଇ ଜିଲ୍ଲାପାଳ କିଛି ସମୟ ପିଲାମାନଙ୍କ ସହ କଥାବାର୍ତ୍ତା କରିବା ସହ ପାଠ ପଢ଼ାଇଥିଲେ। ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ପାଠପଢ଼ା ଏବଂ ଅନ୍ୟାନ୍ୟ ସୁବିଧା ଅସୁବିଧା କଥା ପ୍ରାୟ ୧୫ ମିନିଟ୍‌ ପଚାରି ବୁଝିଥିଲେ।ଜିଲ୍ଲାପାଳଙ୍କ ଏତାଦୃଶ କାର୍ଯ୍ୟକୁ ଜିଲ୍ଲାବାସୀ ଭୂୟସୀ ପ୍ରଶଂସା କରିଛନ୍ତି।

By amfnews

Related Post