Sat. Sep 12th, 2026

ଉତ୍ତରପ୍ରଦେଶର ଦେଓରିଆରେ କଂଗ୍ରେସ ନେତ୍ରୀଙ୍କୁ ମାଡ଼ ମାରିଲେ ଦଳୀୟ କର୍ମୀ, ଭାଇରାଲ ହେଲା ଭିଡିଓ

366 Views

ଦେଓରିଆ: ଉତ୍ତରପ୍ରଦେଶର ଦେଓରିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଦଳୀୟ ବୈଠକରେ କଂଗ୍ରେସର ଜଣେ ମହିଳା ନେତ୍ରୀଙ୍କୁ ଦଳୀୟ କର୍ମୀମା‌ନେ ମାଡ଼ ମାରିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଦୁଷ୍କର୍ମକାରୀକୁ କ’ଣ ପାଇଁ ନିର୍ବାଚନ ଲଢ଼ିବାକୁ ଟିକେଟ ଦିଆଗଲା ବୋଲି ପ୍ରଶ୍ନ କରିବାରୁ ତାଙ୍କୁ ମାଡ଼ ମରାଯାଇଥିବା ଜଣାପଡ଼ିଛି। ଘଟଣାର ଏକ ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିବେଦନ କରିଛନ୍ତି ପୀଡ଼ିତା।  ଶନିବାର ଉତ୍ତରପ୍ରଦେଶର ଦେଓରିଆରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।

ପୀଡ଼ିତା ତାରା ଯାଦବଙ୍କ କହିବା ମୁତାବକ,  ‘ଆଗାମୀ ଉପ-ନିର୍ବାଚନ ପାଇଁ ଜଣେ ଦୁଷ୍କର୍ମକାରୀ ମୁକୁନ୍ଦ ଭାସ୍କରଙ୍କୁ ଟିକେଟ ଦେବା ପାଇଁ ଦଳର ନିଷ୍ପତ୍ତି ଉପରେ ପ୍ରଶ୍ନ କରିବାବେଳେ ମୋତେ ଦଳର କର୍ମୀମାନେ ଠେଲିବା ସହ ମାଡ଼ ମାରିଥିଲେ । ବର୍ତ୍ତମାନ ମୁଁ ପ୍ରିୟଙ୍କା ଗାନ୍ଧୀଙ୍କ କାର୍ଯ୍ୟାନୁଷ୍ଠାନ ପାଇଁ ଅପେକ୍ଷା କରିଛି।

ମିଳିଥିବା ସୂଚନା ମୁତାବକ, କଂଗ୍ରେସ ରାଷ୍ଟ୍ରୀୟ ସଚିବ ସଚିନ ନାୟକ କଂଗ୍ରେସ କର୍ମୀଙ୍କ ସହ ଆଲୋଚନା କରୁଥିବାବେଳେ ତାରା ଯାଦବ ସଭା ସ୍ଥଳରେ ପହଞ୍ଚି ମୁକୁନ୍ଦ ଭାସ୍କର ମଣିଙ୍କୁ ଟିକେଟ ଦେବା ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏହାପରେ ତାଙ୍କୁ ଠେଲି ଦେବା ସହ ଦଳୀୟ କର୍ମୀମ‌ାନେ ମାଡ଼ ମାରିଥିବା ଭିଡିଓରେ ଦେଖାଯାଇଛି।

By amfnews

Related Post