Thu. Jul 2nd, 2026

ଉତ୍ତର ପ୍ରଦେଶ ସରକାରୀ ସ୍କୁଲ୍‌ରେ ତୃତୀୟ ଶ୍ରେଣୀ ଝିଅ ସହ ଦୁଷ୍କର୍ମ କଲେ ଷଷ୍ଠ ଶ୍ରେଣୀର ଛାତ୍ର

417 Views

ବାଗପତ  :   ବାଗପତ ଜିଲ୍ଲା ଅନ୍ତର୍ଗତ ରାମଲାଲା ଅଞ୍ଚଳର ଗୋଟିଏ ଗାଁରେ ଥିବା ସରକାରୀ ସ୍କୁଲ୍‌ର ଶୌଚାଳୟ ମଧ୍ୟରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ସହ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ଏବଂ ତା’ର ଦୁଇ ଜଣ ସାନଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ସ୍ଥାନୀୟ ପୁଲିସ ଦୀର୍ଘ ୧୫ ଦିନ ଧରି ଏହି ଘଟଣାର ଏଫ୍‌ଆଇଆର୍‌ ଗ୍ରହଣ କରିବାକୁ ମନା କରିଥିଲା। ଷ୍ଟେସନ୍‌ ହାଉସ୍‌ ଅଫିସର୍‌ (ଏସ୍‌ଏଚ୍‌ଓ) ନରେଶ କୁମାର ମଧ୍ୟ ମାମଲା ପ୍ରତ୍ୟାହାର କରିନେବାକୁ ପୀଡ଼ିତାର ବାପାଙ୍କ ଉପରେ ଚାପ ପକାଇଥିଲେ। ପୀଡ଼ିତାର ସ୍ୱାସ୍ଥ୍ୟରେ ଅବନତି ଘଟିବା ଯୋଗୁଁ ସୋମବାର ସନ୍ଧ୍ୟାରେ କଥାଟି ଲୋକଲୋଚନକୁ ଆସିଥିଲା। ବରିଷ୍ଠ ପୁଲିସ ଅଧିକାରୀଙ୍କ ନିକଟକୁ କଥା ଯିବା ପରେ ସେ ଏସ୍‌ଏଚ୍‌ଓଙ୍କୁ ନିଲମ୍ବନ କରିଛନ୍ତି ଓ ବାଳିକାଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବାଗପତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ପ୍ରତାପ ଗୋପେନ୍ଦ୍ର ଯାଦବ କହିଛନ୍ତି ଯେ ଷଷ୍ଠ ଶ୍ରେଣୀରେ ପଢୁଥିବା ବଡ଼ଭାଇ ଅପରାଧ କରିଛି। କିନ୍ତୁ, ସେ ସମୟରେ ସେ ଦଳରେ ଥିବା ପୀଡ଼ିତାଙ୍କ ବାପା ତା’ର ଅନ୍ୟ ଦୁଇ ଭାଇଙ୍କ ନାମ ଉଲ୍ଲେଖ କରିଛନ୍ତି। ସେମାନେ ଅପରାଧରେ ସମ୍ପୃକ୍ତ କି, ନାହିଁ ତାହା ତଦନ୍ତ ସାପେକ୍ଷ। ପୋକ୍‌ସୋ ଆଇନ୍‌ ବଳରେ ତିନିଜଣଙ୍କ ବିରୋଧରେ ଏଫ୍‌ଆଇଆର୍‌ ଫାଇଲ୍‌ ହୋଇଛି। ଝିଅର ଡାକ୍ତରୀ ମାଇନା କରାଯାଇ ରିପୋର୍ଟକୁ ଅପେକ୍ଷା କରାଯାଇଛି।

By amfnews

Related Post