Thu. Sep 3rd, 2026

ମୁମ୍ବାଇରେ ବର୍ଷା ବିତ୍ପାତ; ସ୍କୁଲ୍‌ ବନ୍ଦ, ଯାନବାହନ ଚଳାଚଳ ମନ୍ଥର, ଟ୍ରେନ୍‌ଯାତ୍ରା ବିଳମ୍ବ

350 Views

ମୁମ୍ବାଇ  : ବୁଧବାର ଦିନ ମଧ୍ୟ ମୁମ୍ବାଇରେ ପ୍ରବଳ ବର୍ଷା ହେବା କାରଣରୁ ରାସ୍ତାଘାଟରେ ପାଣି ଜମିଯିବାରୁ ସ୍କୁଲ୍‌ ବନ୍ଦ ରହିବା ସହ ଯାନବାହାନ ଚଳାଚଳର ବେଗ ମନ୍ଥର ଓ ଟ୍ରେନ୍‌ଯାତାୟତରେ ବିଳମ୍ବ ଘଟିଛି। ଗତକାଲି ଠାରୁ ମୁମ୍ବାଇ ନଗରୀରେ ଅତି ପ୍ରବଳ ବର୍ଷା ହେଉଛି। ବୃହନମୁମ୍ବାଇ ମୁନିସ୍‌ପାଲ୍‌ କର୍ପୋରେସନ୍‌ର ଜନସମ୍ପର୍କ ଅଧିକାରୀ କହିଛନ୍ତି, ଆଜି ଦିନ ତମାମ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ସଂସ୍ଥାନର ସୂଚନା ଦେବାରୁ ଆଜି ସ୍କୁଲ୍‌ ବନ୍ଦ ରହିବ। ଯେଉଁ ସ୍କୁଲ୍‌ରେ ଛାତ୍ରଛାତ୍ରୀମାନେ ରହିଯାଇଛନ୍ତି ସେ ସ୍କୁଲ୍‌ର ପ୍ରିନ୍‌ସିପାଲ୍‌ମାନେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣପୂର୍ବକ ପିଲାମାନଙ୍କୁ ନିରାପଦରେ ଘରକୁ ଫେରାଇବାର ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି।

ମୁମ୍ବାଇ ଓ ଏହାର ଉପନଗରୀଗୁଡ଼ିକରେ ସୋମବାର ରାତିରୁ ବୁଧବାର ସକାଳ ଯାଏଁ ବର୍ଷା ଲାଗି ରହିଛି। ମଙ୍ଗଳବାର ଦିନବେଳା ଅପେକ୍ଷାକୃତ ବର୍ଷାର ତୀବ୍ରତା କମିଯାଇଥିଲେ ବି ଆଜି ପ୍ରବଳ ହୋଇଛି। ଆଗାମୀ ଚାରିଦିନ ଧରି ମଝିରେ ମଝିରେ ମୁମ୍ବାଇ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିଲା।

By amfnews

Related Post