Fri. Jul 3rd, 2026

ଉଚ୍ଛେଦ ନିମନ୍ତେ ସରକାର ନେଇଥିବା ନିଷ୍ପତ୍ତି ଠିକ୍‌: ଆମିକସ୍‌ କ୍ୟୁରି

235 Views

ଭୁବନେଶ୍ୱର  : ଉଚ୍ଛେଦ ନିମନ୍ତେ ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ଠିକ୍‌ ଏବଂ ସ୍ୱାଗତ ଯୋଗ୍ୟ। ଏହାକୁ ବନ୍ଦ କରା ନ ଯିବା ଉଚିତ ବୋଲି ଶନିବାର ପୂର୍ବାହ୍ନରେ ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିବା ଆମିକସ୍‌ କ୍ୟୁରି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି।

ଏହା ସରକାରଙ୍କର ଉତ୍ତମ ପରିକଳ୍ପନା ଜନସାଧାରଣ ଏଥିରେ ସହଯୋଗ କରିବା କଥା। ୨୫ ବର୍ଷରେ ଥରେ ନାଗାର୍ଜୁନ ବେଶ ହୁଏ। ଆସନ୍ତା ବର୍ଷ ଏହି ବେଶ ହେବ। ଏହି ଅବସରରେ ପୁରୀରେ ପ୍ରାୟ ୧୫ ଲକ୍ଷ ଲୋକ ସମବେତ ହେବେ। ଏହାକୁ ଦୃଷ୍ଟିରେ ରଖି ସରକାର ସମୁଚ୍ଚିତ ପଦକ୍ଷେପ ଗ୍ରହଣ କରିଛନ୍ତି। ଅଦାଲତ ନିର୍ଦେଶ ଅନୁସାରେ ଉଚ୍ଛେଦ କାର୍ଯ୍ୟ ଅନୁଧ୍ୟାନ କରିବାକୁ ଆସିଥିଲି। ଏଠାରେ କାହାକୁ ବଳପୂର୍ବକ ଉଚ୍ଛେଦ କରାଯାଉ ନାହିଁ। ଏହା ପୂର୍ବରୁ ସମସ୍ତଙ୍କ ସହ ଆଲୋଚନା କରାଯାଇଛି। ପୁରୀ ପାଇଁ ପ୍ରଶାସନ ପ୍ରସ୍ତୁତ କରିଥିବା ଯୋଜନାର ବ୍ଲୁପ୍ରିଣ୍ଟ୍‌ ଦେଖି ସେ କହିଲେ ଯେ ଏହା ଦ୍ୱାରା ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ହୋଇପାରିବ।

By amfnews

Related Post