Thu. Jun 11th, 2026

ଈଶା ଅମ୍ବାନିଙ୍କର ବାହାଘରର ଫଟୋଗ୍ରାଫର୍‌ ଜାଣି ନଥିଲେ ମୁକେଶ ଅମ୍ବାନିଙ୍କ ଝିଅଙ୍କ ବିବାହ ଉତ୍ସବର ଫଟୋ ଉଠାଇବାକୁ ଯାଉଛନ୍ତି !

258 Views

ମୁମ୍ବାଇ, ଡିସେମ୍ବର ୧୮: ମାଙ୍ଗାଲୋରର ଜଣେ ୪୭ ବର୍ଷୀୟ ଫଟୋଗ୍ରାଫର୍‌ ବିବେକ ସେକେଇରାଙ୍କୁ ଏକ ବିବାହ ଉତ୍ସବରେ ଫଟୋ ଉଠାଇବା ଲାଗି କୁହାଗଲା। ସେତେବେଳେ ତାଙ୍କୁ କୁହାଗଲା ଯେ ‘ତୋର ଲାଇଫ୍‌ ବନିଯିବ’। ଏକଥା ଶୁଣିବା ପରେ ବି ବିବେକ ପଚାରି ନଥିଲେ ଯେ କାହାର ବାହାଘରର ଫଟୋ ସେ ଉଠାଇବେ। ହେଲେ ଯେତେବେଳେ ଡିସେମ୍ବର ୧ ତାରିଖରେ ବିବେକ ତାଙ୍କର ଟିମ୍‌ ସହିତ ମୁମ୍ବାଇରେ ପହଞ୍ଚିଲେ,ସେତେବେଳେ ସେ ଜାଣିବାକୁ ପାଇଲେ ଯେ ସେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ଝିଅ ଈଶାଙ୍କ ବାହାଘରର ଫଟୋ ଉଠାଇବାକୁ ଆସିଛନ୍ତି।

ବିବେକ ଓ ତାଙ୍କର ଟିମ୍‌ ଇତିମଧ୍ୟରେ ପ୍ରାୟ ୧ ଲକ୍ଷ ୨୦ ହଜାର ଫଟୋ ଉଠାଇଛନ୍ତି ଈଶା ଅମ୍ବାନିଙ୍କର ବିବାହ ଉତ୍ସବରେ । ସେ କହିଛନ୍ତି  ଏଭଳି ଫଟୋଗ୍ରାଫିର ସୁଯୋଗ ପାଇଥିବା ଯୋଗୁଁ ଖୁବ୍‌ ଖୁସି। ଏହା ତାଙ୍କ ପାଇଁ କୌଣସି ସ୍ୱପ୍ନଠାରୁ କମ୍‌ ନୁହେଁ ବୋଲି କହିଛନ୍ତି ବିବେକ। ବିବେକ ଈଶାଙ୍କ ବର ପିରାମଲଙ୍କ ବାସ୍ତୁ ପୂଜା, ଉଦୟପୁରରେ ପ୍ରି-େଓ୍ଵଡିଂ ଉତ୍ସବ, ଡିସେମ୍ବର ୧୨ରେ ଅମ୍ବାନିଙ୍କ ଘରେ ଓ ଡିସେମ୍ବର ୧୩ରେ ପିରାମଲ ପରିବାରର ରିସେପସନ୍‌  ଓ ୧୪ରେ ଅମ୍ବାନି ପରିବାରର ରିସେପସନ୍‌ ପାର୍ଟିର ଫଟୋ ଉଠାଇଛନ୍ତି।

 

By amfnews

Related Post