Sun. Apr 26th, 2026

ରାଫେଲ ଓ ଶିଖ ବିରୋଧୀ ଦଙ୍ଗା ରାୟକୁ ନେଇ ସଂସଦରେ ହୋ’ହଲା, ଆସନ୍ତା କାଲି ଯାଏ ଗୃହ ମୁଲତବୀ

315 Views

ନୂଆଦିଲ୍ଲୀ, ଡିସେମ୍ବର ୧୮ : ଆଜି ଲୋକସଭାର ଶୀତକାଳୀନ ଅଧିବେଶନ ବିଲ୍‌କୁଲ ଚାଲି ପାରି ନାହିଁ। ବିରୋଧୀଦଳମାନଙ୍କ ରାଫେଲ ପ୍ରସଙ୍ଗ ଓ ଶାସକ ଦଳ ସଦସ୍ୟଙ୍କ ଶିଖ ବିରୋଧୀ ଦଙ୍ଗାନେଇ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ନେଇ ହଙ୍ଗାମା ଯୋଗୁଁ ଲୋକସଭାକୁ ଆସନ୍ତାକାଲି ସକାଳ ୧୧ଟା ଯାଏ ମୁଲତବୀ ରଖାଯାଇଛି।

ସୂଚନାଯୋଗ୍ୟ ଯେ ରାଫେଲ ପ୍ରସଙ୍ଗରେ ସୁପ୍ରିମ କୋର୍ଟ ରୁଲିଂ ଦେଇ ଏହାର ଆବଶ୍ୟକତା ଜରୁରି ଥିବା ବେଳେ ଏହା କିଣିିବା ନେଇ ଯେଉଁ ବ୍ୟବସ୍ଥା ଅନୁପାଳନ କରାଯିବା ଉଚିତ ତାହା କରାଯାଇଥିବା ସ୍ପଷ୍ଟ କରିଥିଲେ। ସୁପି୍ରମକୋର୍ଟଙ୍କ ଏହି ରାୟ ପରିପ୍ରେକ୍ଷୀରେ ବିଜେପି ଦଳ ବର୍ତ୍ତମାନ ସମଗ୍ର ଦେଶରେ କଂଗ୍ରେସ ଦଳ ଓ ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ଟାର୍ଗେଟ କରି ସାମ୍ବାଦିକ ସମ୍ମିଳନୀ ଜରିଆରେ ରାହୁଳ ଦେଶବାସୀଙ୍କୁ କ୍ଷମାମାଗନ୍ତୁ ବୋଲି ଦାବି କରୁଛି। ଗୋଟିଏ ପଟେ ବିଜେପି ରାଫେଲକୁ ନେଇ ସଂସଦ ବାହାରକୁ ଆଣିିଥିବା ବେଳେ କଂଗ୍ରେସ ସମେତ ଅନ୍ୟ ବିରୋଧୀମାନେ ବିଜେପିକୁ ରାଫେଲ ପ୍ରସଙ୍ଗରେ ଲୋକସଭାରେ ଘେରିଛନ୍ତି।

ଏହି ପ୍ରସଙ୍ଗ ନେଇ ଆଜି ବିରୋଧୀମାନେ ଲୋକସଭାରେ ପ୍ରବଳ ପାଟିତୁଣ୍ଡ କରିଛନ୍ତି। ଅପରପକ୍ଷେ ଶିଖ ବିରୋଧ ୧୯୮୪ ଦଙ୍ଗା ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ଆଜି ସଂସଦରେ ମଧ୍ୟ ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି। ଏଥିପାଇଁ ଆଜି ଉଭୟ ଶାସକ ଓ ବିରୋଧୀ ଲୋକସଭାରେ ପାଟତୁଣ୍ଡ କରିବାରୁ ପ୍ରଥମେ ଲୋକସଭାକୁ ଦିନ ୧୨ଟା ଯାଏ ମୁଲତବୀ ରଖାଯାଇଥିଲା। ମୁଲତବୀ ପରେ ପୁଣି ଲୋକସଭାର କାର୍ଯ୍ୟ ଆରମ୍ଭ ହେବା କ୍ଷଣି ପାଟିତୁଣ୍ଡ ହେବାରୁ ଗୃହକୁ ଆସନ୍ତାକାଲିି ଯାଏ ମୁଲତବୀ ରଖାଯାଇଛି।

By amfnews

Related Post