Sun. Oct 18th, 2026

ଇରାନ୍‌-ଆମେରିକା ବିବାଦ କାରଣରୁ ସୁନା ଭରି ୪୧୦୦୦ ଟଙ୍କାରେ ପହଞ୍ଚିଲା

237 Views

ନୂଆଦିଲ୍ଲୀ: କେନ୍ଦ୍ରୀୟ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା କାରଣରୁ ସୋମବାର ଦିନ ସୁନା ମୂଲ୍ୟ ହଠାତ୍‌ ବୃଦ୍ଧି ପାଇ ୧୦ ଗ୍ରାମ୍‌ ପିଛା ୪୧୦୦୦ ଟଙ୍କାରେ ପହଞ୍ଚିଛି। ଏହି କାରଣରୁ ଗତ ଦୁଇ ଦିନ ମଧ୍ୟରେ ଘରୋଇ ‘ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ୍‌’ରେ (ଏମ୍‌ସିଏକ୍ସ) ସୁନା ଦର ପ୍ରାୟ ୧୮୦୦/- ଟଙ୍କା ବୃଦ୍ଧି ପାଇଛି।

ଇରାନ୍‌ ଓ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଏବଂ ଯୁଦ୍ଧ ଆଶଙ୍କା ଯୋଗୁଁ ବିଶ୍ୱ ସେୟାର୍‌ ବଜାର ଏବଂ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ହେଉଛି ବିଶ୍ୱବ୍ୟାପୀ ସୁନା ଦର ବୃଦ୍ଧି ପାଇବାର କାରଣ। ଆନ୍ତର୍ଜାତିକ ବଜାରରେ ସୋମବାର ଦିନ ସୁନା ବ୍ୟବସାୟ ହାର ଯାହା, ଗତ ସାତ ବର୍ଷ ମଧ୍ୟରେ ତାହା ହୋଇ ନ ଥିଲା।

ଆମେରିକା-ଇରାନ୍‌ ବିବାଦ ବ୍ୟତୀତ ଆମେରିକା-ଚୀନ ବାଣିଜ୍ୟ ଆଲୋଚନାରେ ଉପୁଜିଥିବା ଅଚଳାବସ୍ଥା ମଧ୍ୟ ସୁନା ଦର ବୃଦ୍ଧିପାଇବାର ଅନ୍ୟତମ କାରଣ। ଏଥିଯୋଗୁଁ ନିବେଶକମାନେ ସୁନାରେ ଅର୍ଥ ନିବେଶ କରିବା ପାଇଁ ମନୋନିବେଶ କରିଛନ୍ତି।

By amfnews

Related Post