Sun. Oct 18th, 2026

ଗୁଜୁରାଟ ଉପକୂଳ ସମୁଦ୍ରରୁ ୧୭୫ କୋଟି ଟଙ୍କାର ହେରୋଇନ୍‌ ସହ ଧରାପଡ଼ିଲେ ୫ ଜଣ ପାକିସ୍ତାନୀ

228 Views

ଗାନ୍ଧୀନଗର: ‘ଇଣ୍ଡିଆନ୍‌ କୋଷ୍ଟ୍‍ ଗାର୍ଡ’ ଏବଂ ‘ଆଣ୍ଟି-ଟେରରିଜମ୍‌ ସ୍କ୍ଵାଡ୍‌’ ସହ ମିଳିତ ଅଭିଯାନରେ ସୋମାବାର ଦିନ ଗୁଜରାଟ ପୁଲିସ ଗୁଜରାଟର କଚ୍‌ ତଟବର୍ତ୍ତୀ ସମୁଦ୍ର ମଝିରୁ ୧୭୫ କୋଟି ଟଙ୍କାର ହେରୋଇନ୍‌ ସହ ୫ଜଣ ପାକିସ୍ତାନୀଙ୍କୁ ଧରିଛି।

ପ୍ରାଥମିକ ରିପୋର୍ଟ ଅନୁସାରେ, କେତେକ ପାକିସ୍ତାନୀ ନାଗରିକ ହେରୋଇନ୍‌ ଚୋରା ଚାଲାଣ କରୁଥିବା ସଙ୍କ୍ରାନ୍ତରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ମିଳିତ ଅଭିଯାନ ଆରମ୍ଭ ହୋଇଥିଲା। ଅଭିଯାନ ସମୟରେ ଅଧିକାରୀମାନେ ପାଞ୍ଚଜଣ ପାକିସ୍ତାନୀ ନାଗରିକ ଯାତ୍ରା କରୁଥିବା ଗୋଟାଏ ଡଙ୍ଗାରୁ ପ୍ରାୟ ୩୫ ପ୍ୟାକେଟ୍‌ ନିଷିଦ୍ଧ ଡ୍ରଗ୍‌ ଜବତ କରିଥିଲେ।

ଗିରଫ ବ୍ୟକ୍ତିମାନେ ହେଉଛନ୍ତି ୩୦ ବର୍ଷିୟ ଅନୀସ୍‌, ୫୦ ବର୍ଷିୟ ଇସ୍‌ମାଇଲ୍‌ ମହମ୍ମଦ୍‌ କଚ୍ଚି, ୪୨ ବର୍ଷିୟ ଅସ୍‌ରଫ୍‌ ଉସ୍‌ମାନ୍‌ କଚ୍ଚି, ୩୭ ବର୍ଷିୟ କରୀମ୍‌ ଅବ୍ଦୁଲ୍ଲା କଚ୍ଚି ଏବଂ ୫୫ ବର୍ଷିୟ ଅବୁବକର୍‌ ଅସରଫ୍‌ ସୁମ୍ରା। ସେମାନେ କରାଚି ଅନ୍ତର୍ଗତ ବିତ୍‌ ଜଜିରାର ବାସିନ୍ଦା।

ଗିରଫ ହୋଇଥିବା ବ୍ୟକ୍ତିମାନେ ଦୀର୍ଘ ଦିନ ହେବ ଚୋରାଚାଲାଣ କାରବାରରେ ସମ୍ପୃକ୍ତ ଅଛନ୍ତି ବୋଲି ବିଶ୍ୱାସ କରାଯାଉଛି। ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ପାଇବା ଲାଗି ସେମାନଙ୍କୁ ପଚରାଉଚୁରା କରାଯାଉଛି।

By amfnews

Related Post