Mon. Oct 5th, 2026

ଆଲାସ୍କାରେ ଲାଗି ଲାଗି ୨ଟି ଭୂମିକମ୍ପ; ସୁନାମି ସତର୍କତା ଜାରି

267 Views

ଆଙ୍କୋରେଜ୍‌, ଡିସେମ୍ବର ୦୧ : ଶୁକ୍ରବାର ଦିନ ଆଲାସ୍କା ଅନ୍ତର୍ଗତ ଆଙ୍କୋରେଜ୍‌ ଓ ଆଖପାଖ ଅଞ୍ଚଳରେ ଲାଗି ଲାଗି ୭. ୦ ଏବଂ ୫. ୭ ତୀବ୍ରତାସମ୍ପନ୍ନ ଦୁଇଟି ଭୂମିକମ୍ପ ସଂଘଠିତ ହେବାରୁ ରାଜପଥ ଭାଙ୍ଗିରୁଜି ଯିବା ସହ କୋଠାବାଡ଼ି ଦୋହଲି ଯିବାରୁ ଲୋକେ ରାସ୍ତା ଉପରକୁ ଚାଲି ଆସିଥିଲେ। ସହରର ଦକ୍ଷିଣାଞ୍ଚଳରେ ଦ୍ୱୀପ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ସତର୍କତା ଜାରି କରାଯାଇଥିଲା।

ସୁନାମି ଆସିଲା ନାହିଁ କି, କେହି ମୃତାହତ ହୋଇଥିବା ଖବର ମଧ୍ୟ ହଠାତ୍‌ ଆସି ପାରି ନାହିଁ।

ଯୁକ୍ତରାଷ୍ଟ୍ର ଆମେରିକାର ଜିଓଲୋଜିକାଲ୍‌ ସର୍ଭେ କହିଛି ଯେ ଅଧିକ ଶକ୍ତିଶାଳୀ ପ୍ରଥମ ଭୂକମ୍ପନ ଆଙ୍କୋରେଜ୍‌ର ଉତ୍ତର ପଟକୁ ୧୨ କିଲୋମିଟର ଦୂରରେ ସଂଘଠିତ ହୋଇଥିଲା। ଆଙ୍କୋରେଜ୍‌ ହେଉଛି ୩୦୦୦୦ ଲୋକ ବସବାସ କରୁଥିବା ଆଲାସ୍କାର ସବୁଠୁ ବଡ଼ ସହର। କିଛି ଲୋକେ ଅଫିସରୁ ବାହାରି ଆସିଲେ, ଆଉ କିଛି ଡେସ୍କ ତଳେ ଆଶ୍ରୟ ନେଲେ। ପ୍ରଥମ ଭୂକମ୍ପନ ପରେ ଗୁଡ଼ାଏ କ୍ଷୁଦ୍ର କମ୍ପନ ଅନୂଭତ ହେଉଥିବା ବେଳେ ୫. ୭ ତୀବ୍ରତାସମ୍ପନ୍ନ ଦ୍ୱୀତିୟ କମ୍ପନ ହୋଇଥିଲା।

By amfnews

Related Post