Fri. May 15th, 2026

ଆମେରିକୀୟ ସେନା ଥିବା ଇରାକୀୟ ଏୟାର୍‌ ବେସ୍‌ରେ ପାଖରେ ପଡ଼ିଲା ରକେଟ୍‌: ରିପୋର୍ଟ

201 Views

ତିକ୍ରିତ୍‌ : ଇରାକ୍‌ର ଉତ୍ତର ସଲାହୁଦିନ୍‌ ପ୍ରଦେଶର ଦୁଜୈଲ୍‌ ଜିଲ୍ଲା ଅନ୍ତର୍ଗତ ଫଦ୍‌ହଲନ୍‌ ଅଞ୍ଚଳରେ ଗୁରୁବାର ରାତିରେ ଗୋଟାଏ ରକେଟ୍‌ ମାଡ଼ ହୋଇଥିବା କଥା ପୁଲିସ କହିଛି। ଏହି ଅଞ୍ଚଳରେ ଥିବା ବଲଦ୍‌ ଏୟାର୍‌ ବେସ୍‌ରେ ଆମେରିକୀୟ ସୈନିକମାନେ ଅବସ୍ଥାନ କରୁଛନ୍ତି।

କେଉଁଠୁ ରକେଟ୍‌ ନିକ୍ଷେପ କରାଯାଇଛି ତାହା ଜଣାପଡ଼ିନାହିଁ। ଏଥିରେ କେହି ମୃତାହତ ହୋଇ ନାହାନ୍ତି। ଗତ ସପ୍ତାହରେ ଟ୍ରମ୍ପ୍‌ଙ୍କ ଆଦେଶରେ ଇରାନ୍‌ର ଶୀର୍ଷ ସ୍ତରୀୟ ଜେନେରାଲ୍‌ କାଶିମ ସୁଲେମାନିଙ୍କୁ ହତ୍ୟା କରାଯିବା ପରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ୍‌ ମଧ୍ୟରେ ଉତ୍ତେଜନା ବଢ଼ି ଚାଲିଛି।

ସେହି ରାତିରେ ଅର୍ଥାତ୍‌ ଜାନୁଆରି ୩ ତାରିଖ ରାତିରେ ଏହାର ଜବାବ୍‌ରେ ଇରାନ୍‌ ଇରାକ୍‌ସ୍ଥିତ ଆମେରିକୀୟ ଏୟାର୍‌ ବେସ୍‌ରେ ପ୍ରାୟ ୧୫ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏଥିରେ ପ୍ରାୟ ୮୦ ଜଣ ‘ଆମେରିକୀୟ ଆତଙ୍କବାଦୀ’ ନିହତ ହୋଇଥିବା କଥା ପରଦିନ ଇରାନ୍‌ ଦାବି କରିଥିଲା।
ଆମେରିକା ଏହି ଘଟଣାର ପ୍ରତିଶୋଧ ନେବ ନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ସଙ୍କେତ ଦେବା ପରେ ସମ୍ଭାବ୍ୟ ଯୁଦ୍ଧ ଆଶଙ୍କା ଟଳିଥିଲା।
ଗତରାତିର ରକେଟ୍‌ ମାଡ଼ ପରେ ସମ୍ପୃକ୍ତ ଅଞ୍ଚଳରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ସୈନିକମାନେ ସତର୍କତା ଅବଲମ୍ବନ କରିଛନ୍ତି।

By amfnews

Related Post