Fri. May 15th, 2026

ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଋଷିକେଶ ଦେୱଡିକର୍ ଗିରଫ

233 Views

ନୂଆଦିଲ୍ଲୀ: ଅବଶେଷରେ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଋଷିକେଶ ଦେୱଡିକର୍ ପୁଲିସ ହାତରେ ଧରାପଡ଼ିଛି। ୪୪ ବର୍ଷିୟ ଫେରାର ଅଭିଯୁକ୍ତ ଋଷିକେଶକୁ ବେଙ୍ଗାଲୁରୁ ଏସଆଇଟି ଝାଡ଼ଖଣ୍ଡର ଧାନବାଦ ଜିଲ୍ଲାର କତରାସରୁ ଗିରଫ କରିଥିବା ଜଣାପଡ଼ିଛି । ପୁଲିସକୁ ପୂର୍ବରୁ ସୂଚନା ମିଳିଥିଲା ଯେ, ଋଷିକେଶ ନିଜର ପ୍ରକୃତ ପରିଚୟ ଗୋପନ ରଖି ପ୍ରଦୀପ ଖେମକା ନାମକ ଜଣେ ବ୍ୟବସାୟୀଙ୍କ ପେଟ୍ରୋଲ ପମ୍ପରେ କାମ କରୁଛି ।

ଏହାପରେ ପୁଲିସ ତା’ର ହାବଭାବ ଏବଂ ଗତିବିଧିକୁ କିଛି ଦିନ ଲକ୍ଷ୍ୟ କରିବା ପରେ ସେ ଋଷିକେଶ ଦେୱଡିକର୍ ବୋଲି ନିଶ୍ଚିତ ହୋଇଥିଲା। ୨୦୧୭ ସେପ୍ଟେମ୍ବର ୫ ତାରିଖ ଦିନ ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ହତ୍ୟା କରାଯିବା ପରଠାରୁ ଋଷିକେଶ ଦେୱଡିକର ଫେରାର୍ ଥିଲା। ପୁଲିସ ତାକୁ ଗିରଫ କରିବା ପରେ ଋଷିକେଶ ଦେୱଡିକରଙ୍କ ଘର ଉପରେ ଚଢ଼ାଉ କରି ସେଠାରେ ବି ତଲାସି କରିଛି।
ଅଭିଯୁକ୍ତ ଋଷିକେଶକୁ ଆଜି କୋର୍ଟରେ ହାଜର କରାଯିବ ବୋଲି ଜଣାଯାଇଛି । ଋଷିକେଶ ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲା ବୋଲି ଏସଆଇଟି ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଛି ।

Gauri Lankesh Murder Case: पत्रकार गौरी लंकेश हत्याकांड का साजिशकर्ता धनबाद से गिरफ्तार

ସୂଚନାଯୋଗ୍ୟ, ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ତଦନ୍ତ କରୁଥିବା ଟିମକୁ ଭଲ କାମ ପାଇଁ କେନ୍ଦ୍ର ସରକାର ଗତ ବର୍ଷ ପଦକ ପ୍ରଦାନ କରିଥିଲେ । ବେଙ୍ଗାଲୁରୁରେ ତଦନ୍ତ ଅଧିକାରୀ ଏମଏନ ଅନୁଚେତ, ଅତିରିକ୍ତ ଏସପି ରଙ୍ଗପ୍ପା ଓ ଇନ୍ସପେକ୍ଟର ରାଜାଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମ୍ମାନିତ କରିଥିଲେ । ଠିକ୍ ସେହିପରି କର୍ଣ୍ଣାଟକ ସରକାର ମଧ୍ୟ ଗୌରୀ ଲଙ୍କେଶ ହତ୍ୟା ମାମଲାର ତଦନ୍ତ କରୁଥିବା ଟିମକୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ।

By amfnews

Related Post