Fri. Jul 3rd, 2026

ଜମ୍ମୁ ଓ କଶ୍ମୀରକୁ ଦେଶର ବାକି ଅଞ୍ଚଳ ସହ ସଂଯୋଗ କରିବାକୁ ଚେନାବ ନଦୀରେ ବିଶ୍ୱର ଉଚ୍ଚତମ ରେଳ ପୋଲ ନିର୍ମାଣ କରୁଛି ଭାରତ

266 Views

ଶ୍ରୀନଗର: ଜମ୍ମୁ ଓ କଶ୍ମୀରକୁ ଦେଶର ବାକି ଅଞ୍ଚଳ ସହ ରେଳପଥରେ ସଂଯୋଗ କରିବାକୁ ଭାରତୀୟ ରେଳ ଚେନାବ ନଦୀ ଉପରେ ବିଶ୍ୱର ଉଚ୍ଚତମ ‘ରେଲ୍‌େଓ୍ଵ-ଆର୍ଚ ବ୍ରିଜ୍‌’ (ଖିଲାଣ ଆକୃତିର ରେଳପୋଲ) ନିର୍ମାଣ କରୁଛି। ୨୦୨୧ ମସିହା ସୁଦ୍ଧା ଏହାର ନିର୍ମାଣ ଶେଷ ହେବ ବୋଲି ଆଶା କରାଯାଉଛି।

ଚେନାବ ନଦୀ ଶଯ୍ୟା ସ୍ତର ଠାରୁ ୩୫୯ ଫୁଟ୍‌ ଉପରେ ଏହି ବିଶେଷ ଧରଣର ପୋଲ ନିର୍ମାଣ କରାଯାଉଛି। ଏହା ଫ୍ରାନ୍‌ସ୍‌ର ଆଇଫଲ୍‌ ଟାଓ୍ଵାର୍‌ ଠାରୁ ୩୫ ମିଟର ଉଚ୍ଚ ହେବ ବୋଲି ଆଶା କରାଯାଉଛି।

ଗୁରୁବାର ଦିନ କୋଙ୍କଣ ରେଳବାଇ ନିଗମ ଲିମିଟେଡ୍‌ର ଅଧ୍ୟକ୍ଷ ସଞ୍ଜୟ ଗୁପ୍ତ କହିଛନ୍ତି: ରେଳବାଇର ୧୫୦ ବର୍ଷର ଇତିହାସରେ ଏହା ହେଉଛି ସବୁଠୁ ଚାଲେଞ୍ଜିଙ୍ଗ୍‌ କାମ। ଡିସେମ୍ବର ୨୦୨୧ରେ ସମ୍ପୂର୍ଣ୍ଣ ହେବାକୁ ଯାଉଥିବା ବିଶ୍ୱର ଏହି ସର୍ବୋଚ୍ଚ ରେଳପୋଲ କଶ୍ମୀରକୁ ଦେଶର ଅବଶିଷ୍ଟ ଅଞ୍ଚଳ ସହ ରେଳପଥରେ ସଂଯୋଗ କରିବ।

ପ୍ରତିକୂଳ ତଥା ପଥୁରିଆ ଭୂମିରେ ଏହି ବିଶାଳ ପୋଲ ନିର୍ମାଣ ନିମନ୍ତେ ୫, ୪୫୨ ଟନ୍‌ ଇସ୍ପାତ ବ୍ୟବାହାର କରାଯାଉଛି। ଏହର ଲମ୍ବ ହେଉଛି ୧. ୩୧୫ କିଲୋମିଟର୍‌। ଏହା କତ୍ରା ଅଞ୍ଚଳର ବକ୍କାଲ ଓ ଶ୍ରୀନଗର ଅଞ୍ଚଳର କୌରିକୁ ସିଧାସଳଖ ସଂଯୋଗ କରିବ। ଘଣ୍ଟା ପ୍ରତି ୨୬୦ କିଲୋମିଟର୍‌ ବେଗରେ ପବନ ବହିଲେ ବି ଏହା କ୍ଷତିଗ୍ରସ୍ତ ହେବ ନାହିଁ।

By amfnews

Related Post